ଭାରତ

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

(ମହାରାଷ୍ଟ୍ର) : ମହାରାଷ୍ଟ୍ରର ଅମରାବତୀ ଲୋକ ସଭାର ସ୍ୱାଧୀନ ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ହ୍ୱାଟ୍ସଆପ ମେସେଜ୍ ଏବଂ ଅଡିଓ କ୍ଲିପ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି । ଅଡିଓ କ୍ଲିପ୍ ଜରିଆରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ।

ସୂଚନାନୁଯାୟୀ , ତେବେ ଏହା ପ୍ରଥମ ଥର ନୁହେଁ, ଆଗରୁ ବହୁତ ହତ୍ୟା ଧମକ ମିଳିଛି । ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ୨୦୨୩ରେ ଫୋନରେ ଧମକ ଦିଆଯାଇଛି । ଏହା ପରେ ମହାରାଷ୍ଟ୍ର ପୋଲିସ ଭିଠଲ ରା ନାମକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ହନୁମାନ ଚଲିସା ବିବାଦ ହେତୁ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା କିଛି ସମୟ ପୂର୍ବରୁ (୨୦୨୨ ମସିହାରେ) ଖବରର ଶିର୍ଷକୁ ଆସିଥିଲେ ।

Related posts

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ 

mahabharatanews

ଆସାମରେ ବନ୍ୟା ପରିସ୍ଥିତି , ୫୭ ହଜାର ଲୋକ ପ୍ରଭାବିତ

mahabharatanews

୧୦ରେ ଖୋଲିବ ଶ୍ରୀ କେଦାରନାଥ ଧାମ

mahabharatanews