Uncategorized

ପୁଲିସ ଗୁଳିରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲର ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ପୁଲିସ ହାତରେ ପ୍ରାଣହରାଇଛି ୮ ଲକ୍ଷ ପୁରସ୍କାର ରାଶି ଥିବା କୁଖ୍ୟାତ ନକ୍ସଲ । ପୁଲିସ ଗୁଳିରେ ଏହି ମୋଷ୍ଟ ୱାଣ୍ଟେଡ ନକ୍ସଲର ମୃତ୍ୟୁ ହୋଇଥିବା ନେଇ ଆଜି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲ।। ପୁଲିସର ସି-୬୦ର ସ୍ୱତନ୍ତ୍ର ଏକ ଟିମ ମୌଜା ଜେଲଦାମି ଅନ୍ତର୍ଗତ ହେଦ୍ରି ପୁଲିସ ସହଯୋଗରେ ସେଠାର ଏକ ଜଙ୍ଗଲରେ ଶୁକ୍ରବାର ଦିନ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବିନିମୟ ପରେ ପୁଲିସର ସର୍ଚ୍ଚ ଅପରେସନ କାଳରେ ଜଙ୍ଗଲରୁ ଜଣେ ନକ୍ସଲର ମୃତଦେହ ମିଳିଥିଲା ।
ମୃତ ନକ୍ସଲକୁ ପୁଲିସ ତେଲେଙ୍ଗାନା କରାପଲ୍ଲୀ ନିବାସୀ ପର୍ମିଲି ଡଲାମର କମାଣ୍ଡର କେ।।ଟେ ଅଭିଳାଶ ଓରଫ ଚନ୍ଦର ଓରଫ ଶଙ୍କର ଓରଫ ସେମା (୩୬) ବୋଲି ଚିହ୍ନଟ କରିଛି । ପୁଲିସ ଅନୁଯାୟୀ, ଏହି ନକ୍ସଲ ନାମରେ ହତ୍ୟା ସମେତ ୧୫ ମାମଲା ଗଡଚିରୋଲି ଜିଲ୍ଲ।।ରେ ରହିଛି । ତାର ମୁଣ୍ଡରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Related posts

ବଦ୍ରିନାଥଙ୍କ ଦ୍ୱାର ଖୋଲା ନୀତି ସମ୍ପନ୍ନ

mahabharatanews

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

mahabharatanews

ସରକାରୀ କାର୍ଯ୍ୟକ୍ରମରେ ପତ୍ନୀଙ୍କ ଉପସ୍ଥିତି ନେଇ ପ୍ରଶ୍ନରେ ଦିନକର କ୍ଷୁବ୍ଧ

mahabharatanews