ଓଡିଶା

ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ନୂଆ ବିମାନ

(ଭୁବନେଶ୍ୱର) : ଖୁବ୍ ଶୀଘ୍ର ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ନୂଆ ବିମାନ ଚଳାଚଳ କରିବ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ସୁରତ ପାଇଁ ସ୍ଳଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦର ୨୧ଟି ସହରକୁ କନେକ୍ଟ କରିଛି। ନୂଆ ରୂପ ନେଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର। ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

 

ସେ କହିଛନ୍ତି, ନୂଆ ବର୍ଷ ପୂର୍ବରୁ ନୂଆ ଟର୍ମିନାଲ ଲିଙ୍କ ବିଲଡିଂ କାର୍ଯ୍ୟ  କରିବ। ସିକ୍ୟୁରିଟି କ୍ଳିୟରାନ୍ସ ପାଇଁ ଆବେଦନ କରାଯାଇଛି। କ୍ଳିୟରାନ୍ସ ମିଳିବା ପରେ ଏସଓପି ପ୍ରସ୍ତୁତ ହେବ। ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ। ଏନେଇ ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇନିଗେସନ୍ ସହ ବୈଠକ ଅନୁଷ୍ଠିତ ହେବ। ବର୍ତ୍ତମାନ ବିମାନ ବନ୍ଦରର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଛି।

Related posts

ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ

mahabharatanews

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

mahabharatanews

କାଳବୈଶାଖୀ ବର୍ଷା: ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ମନା 

mahabharatanews