ଖେଳଭାରତ

ଦିଲ୍ଲୀ: ଗରମ ପ୍ରଭାବରୁ ଡ୍ରିଙ୍କ୍‌ ବ୍ରେକ୍‌ ରହିବ ପ୍ରତି ୧୦ ଓଭରରେ

ଦିଲ୍ଲୀ:  ଦିଲ୍ଲୀରେ ଭୀଷଣ ଗରମର ମୁକାବିଲା କରିବାକୁ ପ୍ରତି ୧୦ ଓଭର ପରେ ହେବ ଡ୍ରିଙ୍କ୍‌ ବ୍ରେକ୍‌। ଭାରତରେ ଭୀଷଣ ଗରମ ମଧ୍ୟରେ ଟିମ୍‌ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ମ୍ୟାଚ୍‌ର ଲମ୍ବା ଟି-୨୦ ସିରିଜ୍‌ ଖେଳିବାକୁ ପଡ଼ିବ।  ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଅନୁଷ୍ଠିତ ହେବ। ତେବେ ଦିଲ୍ଲୀର ତାପମାତ୍ରା ଗତ ସବୁ ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀର ତାପମାତ୍ରା ଗତ କିଛି ଦିନ ହେଲାଣି ୪୫ ଡିଗ୍ରୀରୁ ଅଧିକ ରହିଛି। ଭାରତରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକାର ଖେଳାଳି ମଧ୍ୟ ଏହି ଗରମ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି।

ଦିଲ୍ଲୀ ପହଞ୍ଚିବା ପରେ ଟିମ୍‌ର ସ୍ପିନର ତବରେଜ୍‌ ସାମସି ମଜାଳିଆ ଟ୍ଵିଟ୍‌ କରିଛନ୍ତି। ସେ ଲେଖିଛନ୍ତି- ବାହାରେ କେବଳ ୪୨ ଡିଗ୍ରୀର ଥଣ୍ଡା ଅଛି, ଜମା ଗରମ ନାହିଁ। ସୂଚନାନୁସାରେ , ବିସିସିଆଇ ପାଞ୍ଚ ମ୍ୟାଚ୍‌ର ଟି୨୦ ସିରିଜ୍‌ ବେଳେ ଖେଳାଳିଙ୍କୁ କିଛି ଆଶ୍ୱସ୍ତି ଦେବା ପାଇଁ ୧୦ ଓଭର ପରେ ଡ୍ରିଙ୍କ୍‌ ବ୍ରେକ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସାଧାରଣତଃ ଟି୨୦ଆଇରେ ଡ୍ରିଙ୍କ୍‌ ବ୍ରେକ୍‌ ହୁଏ ନାହିଁ। କିନ୍ତୁ ଆଇସିସି ଏହାକୁ ୟୁଏଇରେ ଗତ ଟି୨୦ ବିଶ୍ୱ କପ୍‌ ବେଳେ ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକାର କ୍ୟାପ୍‌ଟେନ୍‌ ଟେମ୍ବା ବାବୁମା କହିଛନ୍ତି, ଆମେ ଜାଣିଥିଲୁ ଯେ ଏଠାରେ ଗରମ ଅନୁଭୂତ ହେଉଥିବ। କିନ୍ତୁ ଏତେ ହେବ ବୋଲି ଭାବି ନଥିଲୁ। ଭାଗ୍ୟ ଭଲ ସନ୍ଧ୍ୟା ବେଳେ ମ୍ୟାଚ୍‌ ହେବ। ରାତିରେ ଗରମ ସମ୍ଭାଳି ହେବ। ଲୋକମାନେ ନିଜକୁ ମାନସିକ ଭାବରେ ଫ୍ରେସ୍‌ ରଖିବାକୁ ଚେଷ୍ଟା କରୁଛନ୍ତି। ହାଇଡ୍ରେସନ୍‌, ଥକାପଣ ବଡ଼ ଜିନିଷ। ଆମେ ଗରମରେ ଖେଳି ଏହାକୁ ଅଭ୍ୟାସରେ ପରିଣତ କରିପାରିବୁ। ଦୁର୍ଭାଗ୍ୟବଶତଃ କ୍ରିକେଟ୍‌ରେ ଆମକୁ ଏସବୁ ସହିବାକୁ ପଡ଼ିବ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର କ୍ୟାପ୍‌ଟେନ୍‌।

Related posts

ଘରୋଇ କ୍ରିକେଟରଙ୍କର ବଢିଲା ଦରମା

mahabharatanews

“ଏସପି ଏବଂ କଂଗ୍ରେସ ମୁସଲମାନମାନଙ୍କ ପାଇଁ କିଛି କରିନାହାଁନ୍ତି”; ମୋଦି

mahabharatanews

 ଅପରାହ୍ନ ୪ଟାରେ ଆହୁରି ନିକଟତ ହେବ ଚନ୍ଦ୍ରଯାନ -୩ 

mahabharatanews