ଭାରତଵାଣିଜ୍ୟ

ନୂଆ ମାଲିକ ଏଲନ ମସ୍କ ଭାରତରେ ବ୍ଲ୍ୟୁ ସର୍ଭିସ ଲଞ୍ଚ କରିଛନ୍ତି

ନୂଆଦିଲ୍ଲୀ: ଭାରତରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଆରମ୍ଭ କରିଛନ୍ତି କମ୍ପାନୀର ଦେୟ ଯୁକ୍ତ ଭେରିଫିକେସନ ବ୍ୟବସ୍ଥା। ଗୁରୁବାର ଠାରୁ କମ୍ପାନୀର ବ୍ଲ୍ୟୁ ସର୍ଭିସ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକାରେ ଏହି ସେବାର ଦାମ ୮ ଡଲାର ଥିବା ବେଳେ ଭାରତରେ ଏହା ଅଧିକ ମହଙ୍ଗା ରହିଛି । ଏହି ନିୟମ ଦ୍ୱାରା ବ୍ଲୁ ଟିକ୍ ଭେରିଫିକେସନ ଟ୍ୟାଗ ପାଇଁ ଜଣେ ଆକାଉଣ୍ଟଧାରୀଙ୍କୁ ମାସିକ ୭୧୯ ଟଙ୍କା ଦେବାକୁ ପଡ଼ିବ। ଭାରତରେ ଥିବା କିଛି ଟ୍ୱିଟର ଆକାଉଣ୍ଟଧାରୀଙ୍କୁ ଟ୍ୱିଟର ବ୍ଲୁ ବ୍ୟବସ୍ଥାକୁ ସବସ୍କ୍ରାଇବ କରିବାକୁ ନୋଟିଫିକେସନ ଆସିଛି । ତେବେ କେବେଳ ଆଇଫୋନଧାରୀଙ୍କ ପାଇଁ ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି ।

ପରବର୍ତ୍ତୀ ଅବସ୍ଥାରେ ସମସ୍ତ ପାଇଁ ଏହା ଆରମ୍ଭ ହେବ । ଟ୍ୱିଟର ବ୍ଲୁକୁ ସବସ୍କ୍ରାଇବ କରୁଥିବା ଆକାଉଣ୍ଟଧାରୀମାନେ ବିନା କୌଣସି ଭେରିଫିକେସନରା ବ୍ଲ୍ୟୁ ଟିକ୍ ଲାଭ କରିବେ। ସବସ୍କ୍ରାଇବଧାରୀଙ୍କୁ ଏହି ମାଇକ୍ରୋ ବ୍ଲଗିଂରେ ଅଗ୍ରାଧିକାର ଦିଆଯିବ। ସେମାନଙ୍କ ଟ୍ୱିଟ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କମ୍ପାନୀ କରିବ ବୋଲି ମସ୍କ କହିଛନ୍ତି। ସୂଚନାଯୋଗ୍ୟ, ମସ୍କ ଟ୍ୱିଟରର ମାଲିକ ହେବା ପରେ ତୁରନ୍ତ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୪ ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ। ସେହିପରି ସେ କମ୍ପାନୀରେ ଛଟେଇ ମଧ୍ୟ ଆରମ୍ଭ କରିଛନ୍ତି। ଏହାକୁ ନେଇ ଅନେକ ତାଙ୍କୁ ସମାଲୋଚନା କରୁଛନ୍ତି।

Related posts

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳ

mahabharatanews

ଦିଲ୍ଲୀରେ ଘନ କୁହୁଡି ,ଜନଜୀବନ ଅସ୍ତବ୍ୟସ୍ତ 

mahabharatanews

ବିଗିଡିଲା ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା

mahabharatanews