ଓଡିଶା

ପେଟ୍ରୋଲିୟମ ବ୍ୟବସ୍ଥାକୁ ନେଇ ନୂଆ ପ୍ରକଳ୍ପ

ଭୁବନେଶ୍ୱର: ଢେଙ୍କାନାଳର ସଦାଶିବପୁରଠାରେ ଖୁବଶୀଘ୍ର ହେବାକୁ ଯାଉଛି ତୈଳ ଡିପୋ । ଆସନ୍ତା ୨୮ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରଦୀପ ସିଂହ ପୁରୀ ଯୋଗ ଦେବାର ବ୍ୟବସ୍ଥା ରହିଛି । ଇଣ୍ଡିଆନ ଅଏଲ ଲିମିଟେଡ(ଆଇଓସିଏଲ)ର ମୁଖ୍ୟ ସୁଭୋଜିତ ଘୋଷ ଏ ନେଇ ସୂଚନା ଦେଇଛନ୍ତି ।
ସଦାଶିବପୁରଠାରେ ତିଆରି ହେବାକୁ ଥିବା କମନ ୟୁଜର ଫାସିଲିଟିର ଏହି ତୈଳ ଡିପୋରେ ଏମଏସ, ଏଚଏସଡି, ଇଥାନଲ ଏବଂ ବାୟୋ ଡିଜେଲ ସଂରକ୍ଷିତ କରି ରଖାଯିବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କଠାରୁ ୯.୬୭୧ ଏକର ଜାଗା କିଣାଯାଇଥିବା ବେଳେ ଏଠାରେ ୪୨,୦୦୦ କିଲୋ ଲିଟର ଷ୍ଟୋରେଜ କ୍ଷମତା ରହିବ ଏବଂ ଏହି ଡିପୋ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ହେବ । ଏହାଦ୍ୱାରା ପେଟ୍ରୋଲିୟମ ପରିବହନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି କହିଛନ୍ତି ସୁଭୋଜିତ ଘୋଷ । ସେ ଆହୁରି କହିଛନ୍ତି, ପ୍ରାୟ ୫୦ ଏକର ଜମିରେ ୩୯୫ କୋଟି ଟଙ୍କା ବ୍ୟୟରେ ଇଣ୍ଡିଆନ ଅଏଲ୍, ବିପିସିଏଲ୍ ଓ ଏଚ୍ପିସିଏଲର ମିଳିତ ସହଭାଗିତାରେ ଏହି ପ୍ରକାଳ୍ପ ନିର୍ମାଣ କରାଯିବ। ଏହି ଡିପୋ ଦ୍ୱାରା ଅନୁଗୋଳ, କେନ୍ଦୁଝର, ଦେବଗଡ ଓ ଢେଙ୍କାନଳ ଜିଲ୍ଲା ଲୋକେ ବିଶେଷ ଉପକୃତ ହେବେ। ତେବେ ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନାରେ ୨ ଲକ୍ଷ ମାନବଦିବସ ସୃଷ୍ଟି ହେବ। ତେବେ ଏହି ପ୍ରକଳ୍ପ ପରେ ବିପିସିଏଲ୍ ଓ ଏଚ୍ପିସିଏଲ୍ ମିଳିତ ସହଭାଗୀତାରେ ଧ୍ରୁତା ପେଟ୍ରୋଲିୟମ୍ କମନୟୁଜର ଫାସିଲିଟି ପ୍ରକଳ୍ପ ସ୍ଥାପନ କରିବାର ଯୋଜନା ରହିଛି।

Related posts

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା

mahabharatanews

ଖଲ୍ଲିକୋଟରେ ରାଜନୈତିକ ହିଂସା; ୮ ଗୁରୁତର

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୁଇଦିନ ପାଇଁ ରିମାଣ୍ଡରେ ଗଲେ ଉମା ଓ କୁରୁପତି

mahabharatanews