ଭାରତ

‘ହାଫିଜ୍ ତଲାହା ଜଣେ ଆତଙ୍କବାଦୀ ,ବିଜ୍ଞପ୍ତି ଜାରି

(ଦିଲ୍ଲୀ) : ହାଫିଜ୍ ତଲାହା ଆତଙ୍କବାଦୀ ଘୋଷଣା । ଗୃହ ମନ୍ତ୍ରଣାଳୟ ଆତଙ୍କବାଦୀ ହାଫିଜ୍ ସଇଦ୍‌ର ପୁଅ ହାଫିଜ୍ ତଲାହା ସଇଦ୍‌କୁ ୟୁଏପିଏ ଅଧିନିୟମ 1967 ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଛି । ଏନେଇ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରିଛି ।

ଭାରତରେ ଲଶ୍କର-ଇ-ତୋଇବା ଏବଂ ଆଫଗାନିସ୍ତାନରେ ଭାରତୀୟ ହିତ ପାଇଁ ଆସୁଥିବା ପାଣ୍ଠିରେ ପ୍ରତିବନ୍ଧକ ସୃଷ୍ଟି କରିବା, ଯୋଜନା ତିଆରି କରିବାରେ ସାମିଲ ଥିଲା । ହାଫିଜ ତାଲହା ସଇଦ ଲଶ୍କର-ଇ-ତୋଇବା (ଲେଟି) ଆତଙ୍କବାଦୀ ସଂଗଠନର ଜଣେ ବରିଷ୍ଠ ନେତା ।

ପୂର୍ବରୁ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ ଦ୍ୱାରା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।

Related posts

ଚନ୍ଦ୍ରଯାନ-୩; ବଦଳିଲା ରୋଭରର ପଥ

mahabharatanews

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କୋର୍ଟର ଦ୍ୱାରସ୍ଥ ହେଲା ଇଡି

mahabharatanews

ହସିନାଙ୍କୁ ଫେରାଇବାକୁ ଦାବି କରିଛି ବାଂଲାଦେଶ, ଚିଠି ଲେଖି ପ୍ରତ୍ୟପଣ ପାଇଁ କଲା ଅନୁରୋଧ

mahabharatanews