ବିଶ୍ୱଭାରତରାଜନୀତି

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

ପାକିସ୍ତାନ: ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଛନ୍ତି ଉପବାଚସ୍ପତି । ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ରଦ୍ଦ କରିବା ପରେ ପାକିସ୍ତାନର ଜାତୀୟ ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ପୁଣି ମୁଲତବି ହେଲା ପାକିସ୍ତାନ ସଂସଦ । ଏପ୍ରିଲ ୨୫ ପର୍ୟ୍ୟନ୍ତ ପାକିସ୍ତାନ ସଂସଦ ମୁଲତବୀ । ତେବେ ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବିରୋଧୀ । ତେବେ ଇମ୍ରାନଙ୍କ ଘୋଷଣା ପରେ କେବଳ ସଂସଦ ନୁହେଁ ସଂସଦ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଢ଼ାକଢ଼ି କରାଯାଇଛି ।

ପାକିସ୍ତାନର ରାଜଧାନୀ ଇସଲମାବାଦରେ ଜାରି ହୋଇଛି ୧୪୪ ଧାରା । ଯାହା ଆସନ୍ତା ୨ ମାସ ପର୍ଯ୍ୟନ୍ତ ଅର୍ଥାତ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ କରାଯିବ । ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ଦିନ ଅର୍ଥାତ୍ ୩ ଏପ୍ରିଲରେ ଦେଶରେ ମେଟ୍ରୋ ସେବା ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ସଂସଦ ସମେତ ପ୍ରମୁଖ ବିଲଡିଂ ଥିବା ଅଞ୍ଚଳକୁ ରେଡ୍ ଜୋନ ଘୋଷଣା କରି ଘେରାବନ୍ଦୀ କରି ରଖାଯାଇଛି । ସାଧାରଣ ଜନତାଙ୍କ ପାଇଁ ଏସବୁ ରାସ୍ତାକୁକରି ଦିଆଯାଇଛିା ସାଧାରଣ ଜନତାଙ୍କ ନିମନ୍ତେ ଏହିସବୁ ରାସ୍ତାକୁ ବନ୍ଦ କରି ଦିଆଯାଇଛି ।

ଅନ୍ୟପକ୍ଷେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଖାନ କହିଛନ୍ତି କି ଏକ ବିଦେଶୀ ଚକ୍ରାନ୍ତ ପଣ୍ଡ ହୋଇଛି । ଏହା ସହ ପାକିସ୍ତାନ ନ୍ୟାଶନାଲ ଆସେମ୍ବଲି ଭଙ୍ଗ ହୋଇଛି । ରାଷ୍ଟ୍ରପତିଙ୍କୁ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାଶନାଲ ଆସେମ୍ବଲି ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଅରିଫ୍ । ସଂସଦ ଭଙ୍ଗ ପରେ ୩ ମାସ ମଧ୍ୟରେ ନିର୍ବାଚନ କରିବାକୁ ମଧ୍ୟ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Related posts

କେନ୍ଦ୍ର ସରକାରଙ୍କ ବଜେଟ୍ ଐତିହାସିକ:ବୈଜୟନ୍ତ

mahabharatanews

ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ; ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୦୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews