ଓଡିଶା

ଏହି ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍

(ଭୁବନେଶ୍ୱର) : ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍ । ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି ବାଚସ୍ପତି । ପୂର୍ବତନ ବିଜେଡି ବିଧାୟକ ରମେଶ ସାଏ, ସମୀର ରଞ୍ଜନ ଦାଶ, ପର୍ଶୁରାମ ଧଡା ଏବଂ ସୀମାରାଣୀ ନାୟକଙ୍କୁ ଏହି ନୋଟିସ୍ ଜାରି କରାଯାଇଛି ।

ସୂଚନାନୁଯାୟୀ , ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ କରାଯିବନି ସେନେଇ ସେମାନଙ୍କୁ ଉତ୍ତର ମଗାଯାଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ ଯଦି ୨୭ ତାରିଖ ଭିତରେ ଏହି ୪ ବିଧାୟକ ତାଙ୍କର ଉତ୍ତର ନରଖନ୍ତି, ତେବେ ତାଙ୍କ ବିଧାୟକ ପଦ ରଦ୍ଦ ହେଇପାରେ ।

Related posts

ରେଳ ଦୁର୍ଘଟଣା : ସାମ୍ନାକୁ ଆସିଲା ସାଙ୍ଘାତିକ ସତ

mahabharatanews

ଲୋୟର ପିଏମଜିରେ ବସ ମାଲିକ ସଂଘ 

mahabharatanews

କାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀ

mahabharatanews