ଓଡିଶା

‘ନୂଆଁଖାଇ’ପର୍ବ : ବଜାରରେ ଭିଡ଼ ପ୍ରବଳ 

(ସମ୍ବଲପୁର)  : ରାତି ପାହିଲେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ‘ନୂଆଁଖାଇ’। ଏହି ପର୍ବ ପାଇଁ ଗାଁରୁ ସହର ଯାଏଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ଦୂରରେ ରହୁଥିବା ପରିବାରର ସଦସ୍ୟମାନେ ଅଧିକାଂଶ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଘରକୁ ପହଞ୍ଚି ସାରିଛନ୍ତି। ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ସବୁଠାରୁ ବଡ଼ ପର୍ବ ହୋଇଥିବାରୁ ଗତ ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଯାଏଁ ଦୋକାନ ବଜାରରେ ପ୍ରବଳ ଭିଡ଼‌ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଦୁଗ୍ଧଜାତ ସାମଗ୍ରୀର ଦର ମଧ୍ୟ ବଢ଼ିଛି। ପରିବା, ତେଜରାତି ଓ କପଡ଼ା ଦେକାନୀମାନେ ନୂଆଁଖାଇ ଅବସରରେ ଭଲ ବ୍ୟବସାୟ କରିଛନ୍ତି। ପରିବା ଦର ଅନ୍ୟଦିନ ତୁଳନାରେ ଅଧିକ ରହିଛି। ସେହିପରି କପଡ଼ା ଦୋକାନୀମାନେ ମଧ୍ୟ ପୂର୍ବାପେକ୍ଷା କିଛି ପରିମାଣରେ ଦରଦାମ ବଢ଼ାଇ ଦେଇଛନ୍ତି। ନୂଆଁଖାଇରେ ବ୍ୟବହାର ହେଉଥିବା କୁରେଇ ପତ୍ରର ଚାହିଦା ରହିଛି।

Related posts

ଆରମ୍ଭ ହେଲା ସିଂହଦୁଆରରେ ରୁପାରେ ଛାଉଣୀ  କାମ

mahabharatanews

ଭାରସାମ୍ୟ ହରେଇ ରାସ୍ତା ତଳକୁ ଖସିଲା ମିନି ଟ୍ରକ

mahabharatanews

ବିଏମସି ଆରମ୍ଭ କରୁଛି ଟିକ୍ ମି ଆପ: ଘରେ ପହଞ୍ଚିବ ଚାହିଦା ଅନୁଯାୟୀ ସାମଗ୍ରୀ

mahabharatanews