ଓଡିଶା

ବୁଡହାଦେଓ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ

ରାଇଘର (ଲଳିତ ସୁନାନୀ): ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁସୁମପୁର ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି କୁସୁମପୁର ଠାରେ ଥିବା ବୁଡହାଦେଓ ମନ୍ଦିରରେ ନୂଆଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି। ଗାଉଟିଆଙ୍କ ଉପସ୍ଥିତିରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସାତ ପାଳିର ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସାତପାଳିର ଗାଉଠିଆ ଉପସ୍ଥିତ ରହିଥିଲେ। ପ୍ରଥମେ ସମସ୍ତେ ବୁଢହା ମନ୍ଦିରରୁ ପୂଜାକରି ବାହାରିଥିଲେ। ସାତପାଳିର କୁସୁମପୁର ଗାଉଠିଆ ରାମପ୍ରସାଦ ଗଣ୍ଡ ସମସ୍ତଙ୍କ ସହିତ ମିଶି ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସବା ଶେଷରେ ଭୋଜି ଭାତର ଆସର ଜମିଥିଲା।

Related posts

ଆଜି ୪୫ଟି ଜାଗାରେ ପୁନଃ ମତଦାନ

mahabharatanews

ଆସନ୍ତା କାଲି ଇଡକୋର କଳଙ୍କିତ ନାୟକଙ୍କ ନିଷ୍କଳଙ୍କ ଅବସର!

mahabharatanews

ସକାଳ ୯ଟା ସୁଦ୍ଧା ମୋଟ ୭.୪୫ ପ୍ରତିଶତ ମତଦାନ

mahabharatanews