ଓଡିଶା

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

(ଭୁବନେଶ୍ୱର) : ସାରା ଦେଶରେ ଜାରି ରହିଛି ସାଧାରଣ ନିର୍ବାଚନ । ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆହୁରି ବାକି ରହିଛି ୩ଟି ପର୍ଯ୍ୟାୟ । ଏହି ସମୟରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି । ଭିନ୍ନ ଭିନ୍ନ ରାଜନୈତିିକ ଦଳ ନିର୍ବାଚନରେ ଜିତିବା ନେଇ ଦାବି କରୁଛନ୍ତି ।

ସୂଚନାନୁଯାୟୀ , ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧକ୍ଷ ପାଣ୍ଡିଆନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦାବି କରାଯାଇଛି । ତାହା ସହ ସମସ୍ତଙ୍କୁ BSKY କାର୍ଡ ମିଳିବ ବୋଲି କୁହାଯାଇଛି । ସରକାରୀ କର୍ମଚାରୀ ବି ପାଇବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ । ମିଳୁଥିବା ବେଳେ ଏବେ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି ପାଣ୍ଡିଆନ । ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏହା ହେଉଛି ନବୀନ ପଟ୍ଟନାୟକ ବିଜୁଳି ଗ୍ୟାରେଣ୍ଟି, ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି।

Related posts

୧୬ରୁ ପହିଲି ଭୋଗ ନୀତି, ୧୫ରେ ମକର ବେଶରେ ଦର୍ଶନ ଦେବେ ମହାପ୍ରଭୁ 

mahabharatanews

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ

mahabharatanews

ହଜାରେ ସ୍ୱାବ ନମୂନା ସଂଗ୍ରହ କରିଥିବା ମଧୁସ୍ମିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews