ଓଡିଶା

ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ

ଅର୍ଥନୈତିକ ବିକାଶ ହେଲେ ରାଜ୍ୟ ତଥା ଦେଶର ପ୍ରକୃତ ବିକାଶ ହୋଇଥାଏ। ତେଣୁ  ତୃଣ ମୂଳ ସ୍ତରରୁ  ସାଧାରଣ ବର୍ଗର ଲୋକଙ୍କ  ଅର୍ଥନୈତିକ ବିକାଶ କରି  ସେମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ  ସରକାର  ବିଭିନ୍ନ ଯୋଜନା କରିବା ସହିତ ହିତାଧିକାରୀ ଙ୍କୁ କିଭଳି  ସହଜ ଓ  ସରଳ ଉପାୟରେ କମ ସମୟରେ ହାତ ପାନ୍ତାରେ ଲୋନ ଓ  ବ୍ୟାଙ୍କିଙ୍ଗ ସେବା ମିଳିପାରିବ , ବ୍ୟାଙ୍କ୍ ପ୍ରତି ଲୋକେ ଅଧିକ ରୁ ଅଧିକ ଆକୃଷ୍ଟ ହୋଇ ପାରିବେ ଏଥି ପ୍ରତି ସରକାର ଯତ୍ନବାନ ଥିବାବେଳେ, ମହତ୍ ଉଦ୍ଦେଶ୍ୟ ନେଇ ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ କୁ ଶାଖା ପରିଚାଳକ ସନ୍ୟାସୀ ଜେନା ସଭାପିତିତ୍ଵ କରିଥିବା ବେଳେ ଅତିଥି ଭାବେ ରିଜିଓନାଲ ମ୍ୟାନେଜର ଆଶିଷ କୁମାର ନାୟକ, ଯୋଗ ଦେଇ ବ୍ୟାଙ୍କ ର ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ଓ ସୁବିଧା ସୁଯୋଗ ପିଏମ ସୂର୍ଯ୍ୟଘର ଋଣ, ଜୀବନ ବୀମା, ସ୍ବାସ୍ଥ୍ୟ ବୀମା ଓ ପେନସନ୍ ଭଳି ବିଭିନ୍ନ ସେବା ପ୍ରଦାନ କରିବା ସହିତ ସରକାରୀ  ସ୍ତରରେ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା  ସୁବିଧା ବ୍ୟାଙ୍କ ମାଧ୍ୟମରେ ମିଳିଥାଏ ବୋଲି ମାର ପ୍ରକାଶ କରୁଥିଲେ। ମାଇକ୍ରୋ ଫାଇନାନ୍ସ ଠାରୁ ଦୁରେଇ,ସିଧା ସଳଖ  ବ୍ୟାଙ୍କ  ସହିତ  ଯୋଡି ହେବାକୁ ପରାମର୍ଶ ଦେଇଥିଲେ।

Related posts

ଶ୍ରୀକ୍ଷେତ୍ରରେ ଆରମ୍ଭ ଭିଡ଼:  ୭୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ 

mahabharatanews

କୋଟିପତି ବାବୁଙ୍କ ଗୋଦାମରେ ଚଢାଉ

mahabharatanews

ଚାଷୀ ନେତା କୁଞ୍ଜ ବିହାରୀ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା

mahabharatanews