ଓଡିଶା

ମାଲକାନଗିରିରୁ ଉଡିବ ବିମାନ, ସରିଲା ଟ୍ରାଏଲ ରନ୍

(ମାଲକାନଗିରି) :ଉପାନ୍ତ ମାଲକାନଗିରିରୁ ଉଡିବ ବିମାନ । କମିବ ଯାତ୍ରା କରିବାର ସମୟ । ଏଥି ମଧ୍ୟରେ ମାଲକାନଗିରି ବିମାନ ବନ୍ଦରରେ ସଫଳ ହୋଇଛି ଟ୍ରାଏଲ ରନ୍ । ସଫଳତାର ସହ ଅବତରଣ କରିଛି ଭିଟି ୧୦୦ ଉଡାଜାହାଜ । ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ବିମାନ ଅବତରଣ ପରେ ଦମକଳ ବାହିନୀ ରନୱେ ଉପରେ ପାଣି ମାରିଥିଲେ । ବିମାନବନ୍ଦର ଲୋକାର୍ପଣକୁ ନେଇ ଉତ୍ସାହିତ ଅଛନ୍ତି ମାଲକାନଗିରିବାସୀ ।

ସୂଚନାନୁଯାୟୀ , ପରୀକ୍ଷା ମୂଳକ ଭାବେ ଭିଟି ୧୦୦ ବିମାନ ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ । ଏହା ପରେ ଆସନ୍ତା 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଲୋକାର୍ପଣ କରିବେ । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତ ହୋଇଛି । ଆଜି ବିମାନର ଟ୍ରାଏଲ ରନ ବେଳେ ବିମାନକୁ ସ୍ବାଗତ କରିଥିଲେ ପ୍ରଶାସନିକ ଅଧିକାରୀ ।

Related posts

ଦୁର୍ଘଟଣାରେ ଏଲଆସିର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ

mahabharatanews

ସାଧାରଣ ପରିବାରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ… ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନରେ ଦେଶବ୍ୟାପୀ ଶୁଭେଚ୍ଛା ବର୍ଷା

mahabharatanews

ବାଲୁକା କଳା ମାଧ୍ୟମରେ କେରଳ ହାତୀ ମୃତ୍ୟୁକୁ ବାଲୁକା ଶିଳ୍ପୀଙ୍କ ନିନ୍ଦା

mahabharatanews