Uncategorized

ସୁଶାନ୍ତଙ୍କ ଆତ୍ମହତ୍ୟାର ସିବିଆଇ ତଦନ୍ତ ଦାବିକଲେ ଏଜାଜ ଖାନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି । ବିଭିନ୍ନ ଅଭିନେତା, ସୁଶାନ୍ତଙ୍କ ପ୍ରେମିକା, ପୂର୍ବତନ ପ୍ରେମିକା ଆଦିଙ୍କୁ ପଚରା ଉଚରା କରୁଛି । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ତାଙ୍କ ପରିବାର ହତ୍ୟ।। କହୁଥିବା ବେଳେ ଅନେକ ବଲିଉଡ କଳାକାର ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବଲିଉଡରେ ଚାଲିଆସୁଥିବା ପରିବାର ବାଦକୁ ଦାୟୀ କରିଛନ୍ତି । ଏହାରି ମଧ୍ୟରେ ଅଭିନେତା ଏଜାଜ ଖାନ ନିଜ ଇନ୍ସଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଛ କହିଛନ୍ତି ଯେ ଜୁନ ୨୬ ତାରିଖରେ ସୁଶାନ୍ତ ସିଂହଙ୍କ ତେର । ଏହିଦିନ ସମସ୍ତେ ଏକ କ୍ୟାଣ୍ଡଲ ଜଳାଇ ସୁଶାନ୍ତ ସିଂହଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିବା । ଏହି କ୍ୟାଣ୍ଡେଲ ଜାଇବାର ଭିଡିଓ କରି ଏହାକୁ ପୋଷ୍ଟ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ସିବିଆଇ ଯାଞ୍ଚ ପରେ ସୁଶାନ୍ତଙ୍କ ମୃତ୍ୟୁର ଅସଲ କାରଣ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ସେ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ ।

Related posts

ମୋଜାମ୍ବିକରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ

mahabharatanews

ନୂଆ ରାଜନୈତିକ ଦଳ ଗଢିବେ ରଜନୀକାନ୍ତ

mahabharatanews

ଚକଟା ଅଟାକୁ ଫ୍ରିଜରେ ରଖୁଥିଲେ ଧ୍ୟାନ ଦିଅନ୍ତୁ ଏହି ତିନୋଟି ତଥ୍ୟ ଉପରେ

mahabharatanews