ଓଡିଶା

ବାଟରେ ଛକି ବସିଥିଲା ମୃତ୍ୟୁ

ଅନୁଗୁଳ: ହାଟକୁ ଯିବା ହେଲା କାଳ । ବାଟରେ ଛକି ବସିଥିଲା ମୃତ୍ୟୁ । ଅକାଳରେ ଚାଲିଗଲା ଜୀବନ ଦୀପ । ଅନୁଗୁଳ ଜରପଡ଼ା ଥାନା ୫୫ ନମ୍ବର ଜାତୀୟ ରାଜପଥ ମରାତିରା ହାଟ ଛକଠାରେ ଘଟିଛି ଦୁର୍ଘଟଣା । ହାଟକୁ ଯିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ । ମୃତ ବ୍ୟକ୍ତି ହେଲେ ମରାତିରା ଗାଁର ଯୋଗୀ ବିଶ୍ୱାଳ ।
ଆଜି ସକାଳେ ଯୋଗୀ ବାଇକରେ ହାଟକୁ ଯାଉଥିବା ବେଳେ ମରାତିରା ହାଟ ଛକ ଠାରେ ଟ୍ରକଟି ତାଙ୍କ ଉପରେ ମାଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।

Related posts

ଛତ୍ରପୁର ଏଡିଏମଙ୍କ ହିଞ୍ଜିଳି ଗସ୍ତ: କରୋନା ସମୀକ୍ଷା ସାଙ୍ଗକୁ ସଂକ୍ରମିତଙ୍କୁ ବାଣ୍ଟିଲେ କିଟ୍

mahabharatanews

ଭାରତ ବନ୍ଦ: ନବରଙ୍ଗପୁରରେ ରାଜନୈତିକ ଦଳଙ୍କ ସମର୍ଥନ

mahabharatanews

ବାଲୁକା କଳାରେ ପୁଲୱାମା ଶହୀଦଙ୍କୁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews