ଭାରତ

ଛତିଶଗଡରେ ନିର୍ବାଚନୀ ହିଂସା 

(ଛତିଶଗଡ) : ଆଜି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତାଜା ସୂଚନା ମୁତାବକ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିବାବେଳେ ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଛତିଶଗଡ଼ରେ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ ଆରମ୍ଭ ହୋଇଯାଇଛି।

ସୂଚନାନୁଯାୟୀ , ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ତଣ୍ଡାମୋରକା ଅଂଚଳରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ କୋବ୍ରା ୨୦୬ ବାଟାଲିୟନର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । କୋବ୍ରା ଯବାନମାନେ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା ।  ଏଥିରେ ଶ୍ରୀକାନ୍ତ ନାମକ ଯବାନ ଗୁରୁତର ଆହତ ହୋଇଛନ୍ତି ।

Related posts

କାୟା ବିସ୍ତାର କରୁଛି କରୋନା 

mahabharatanews

ସୃଷ୍ଟି ହେଲା ବାତ୍ୟା ‘ମିଧିଲି’

mahabharatanews

ସୁସ୍ଥ ଅଛନ୍ତି ସଦଗୁରୁ 

mahabharatanews