(ଇସ୍ରାଏଲ୍) : ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଅପରେସନ୍ ଅଜୟ ଅଧୀନରେ ଭାରତୀୟ ନାଗରିକଙ୍କ ପ୍ରଥମ ବିମାନ ଇସ୍ରାଏଲରୁ ଆସି ଦିଲ୍ଲୀରେ ପହଞ୍ଚିଛି । ଅପରେସନ୍ ଅଜୟ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୨୧୨ ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଭାରତ ଅଣାଯାଇଛି ।
ସୂଚନାନୁଯାୟୀ , ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ ଇସ୍ରାଏଲରେ ବହୁତ ଭୟାନକ ପରିବେଶ ଅଛି । ଆମକୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ମୁଁ ବହୁତ ଖୁସି, ମୁଁ ମୋ ଦେଶକୁ ଫେରୁଛି । ଅନ୍ୟ ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ ମୁଁ ଏକ ବର୍ଷ ଧରି ଇସ୍ରାଏଲରେ ଅଛି । ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।