ଭାରତ

 ‘ଅପରେସନ୍‌ ଅଜୟ’ ; ଦ୍ବିତୀୟ ବ୍ୟାଚ୍‌ରେ ୨୩୫ ଭାରତୀୟ

(ଦିଲ୍ଲୀ) : ‘ଅପରେସନ୍‌ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ଦ୍ବିତୀୟ ବ୍ୟାଚ୍‌ରେ ୨୩୫ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଆଜି ସକାଳେ ନିରାପଦରେ ଭାରତରେ ପହଞ୍ଚିଛି। ଇସ୍ରାଏଲ୍‌ରେ ଫସି ରହିଥିବା ଦ୍ବିତୀୟ ଛେକ ବା ବ୍ୟାଚ୍‌ ଭାରତୀୟ ନାଗରିକମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଫଟୋ ସେୟାର୍‌ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ: ‘ଅପରେସନ୍‌ ଅଜୟ’ର ଦ୍ବିତୀୟ ବିମାନ ୨୩୫ଜଣ ଭାରତୀୟଙ୍କୁ ନେଇ ତେଲ୍‌ ଅଭିଭ୍‌ରୁ ଉଡ଼ାଣ ଆରମ୍ଭ କରିଛି।

ସୂଚନାନୁଯାୟୀ , ଗୁରୁବାର ଦିନ ‘ଅପରେସନ୍‌ ଅଜୟ’ର ପ୍ରଥମ ବିମାନରେ ୨୧୨ଜଣ ଭାରତୀୟ ଇସ୍ରାଏଲ୍‌ର ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ଆସି ଶୁକ୍ରବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ‘ଫ‌ାଷ୍ଟ୍‌ କମ୍‌ ଫାଷ୍ଟ୍‌ ସର୍ଭ’ ବା ‘ଆଗ ଆସିଥିବା ‌ଲୋକଙ୍କୁ ଆଗ ସୁଯୋଗ’ ଦେବା ଭିତ୍ତିରେ ଯାତ୍ରୀମାନଙ୍କୁ ସ୍ବଦେଶକୁ ଅଣାଯାଉଛି।

Related posts

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

mahabharatanews

ଚାଷୀ ଆନ୍ଦୋଳନ; ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ 

mahabharatanews

ତମାଖୁ ବିକ୍ରିକୁ ନେଇ ଜୁନ ୧ରୁ ନୂଆ ନିୟମ ଜାରି

mahabharatanews