ଓଡିଶା

ସରିଲା ପହଣ୍ଡି,ରଥରେ ବିଜେ କଲେ ତିନି ଠାକୁର

(ପୁରୀ): କଟକଣା ସହ ଚଳିତ ବର୍ଷର ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ବଡଦାଣ୍ଡ ଆଜି ଚଳଚଞ୍ଚଳ ହୋଇଛି । ସକାଳୁ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି ଶେଷ ହୋଇଛି । ଶ୍ରୀସୁଦର୍ଶନଙ୍କ ପହଣ୍ଡି ପରେ ରଥକୁ ଆସିଲେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଶେଷରେ ଆସିଲେ ଜଗତର ନାଥ ଜଗନ୍ନାଥ । ଏବେ ଗୁଣ୍ଡିଚା ଘରକୁ ଯାତ୍ରା ଲାଗି ତିନି ଠାକୁରଙ୍କ ରଥ ପ୍ରସ୍ତୁତ । ତେବେ କରୋନା ମହାମାରୀ ଯୋଗୁଁ ଏଥର ରଥଟଣାରୁ ବାଦ୍ ପଡିଛନ୍ତି ଶ୍ରଦ୍ଧାଳୁ । କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବକଙ୍କୁ ନେଇ ଏବର୍ଷର ରଥଯାତ୍ରା ଆୟୋଜିତ ହୋଇଛି । ଚଳିତବର୍ଷ ଘୋଷଯାତ୍ରା ପାଇଁ ନିର୍ଦ୍ଧର୍ାରିତ ନୀତି ଅନୁଯାୟୀ, ଆଜି ଭୋର ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା ଶେଷ ହୋଇଛି । ସକାଳ ୬ଟା ୪୫ ମିନିଟରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ କରାଯାଇ ୭ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ଛେରା ପହଁରା ନୀତି ତା ପରେ ଚାରମାଳ ଫିଟା, ରଥରେ ଘୋଡା ଓ ସାରଥୀ ଲାଗିବା ନୀତି ଅନୁଷ୍ଠିତ ହେବ । ଏହାପରେ ରଥଟଣା ଆରମ୍ଭ ହେବ ।

Related posts

କଟକ ସହରରୁ ଆଉ ୩୫ କରୋନା ପଜିଟିଭ ଚିହ୍ନଟ

mahabharatanews

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,

mahabharatanews

କୁଟୁରାପାଲିର ଜୁଆ ଅଡ୍ଡାରେ ଚଢ଼ାଉ, ୧୭ ଯୁଆଡ଼ି ଗିରଫ

mahabharatanews