Uncategorized

ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର

(ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଲୋଇସିଂହା-ପଦ୍ମପୁର କରକଚିଆ ଛକରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଗତକାଲି ଏଠାରେ ଦୋକାନୀମାନେ ରାସ୍ତା ଉପରେ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଦୁଇ ଦିନ ଧରି ଜିଲ୍ଲାରେ ଲଗାତାର ବର୍ଷା ଲାଗି ରହିଥିବାରୁ ବଜ୍ରକାପ୍ତାଟି ଜଙ୍ଗଲ ଭିତରୁ ରାସ୍ତା ଉପରକୁ ଚାଲି ଆସିଥିବା କୁହାଯାଉଛି । ତେବେ ରାଜ୍ୟରେ ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ ହେଉଥିବା ବେଳେ କରକଚିଆ ଛକର ଦୋକାନୀମାନେ ମାନବିକତା ଦେଖାଇ ବନ ବିଭାଗକୁ ଖବର ଦେଇଥିଲେ । ଏଥିପାଇଁ ଦୋକାନୀମାନଙ୍କୁ ପ୍ରଶଂସା କରାଯାଇଛି ।

Related posts

ନେପାଳରେ ବସ ଦୁର୍ଘଟଣା, ୧୪ ତୀର୍ଥଯାତ୍ରୀ ମୃତ

mahabharatanews

ଅଳେଇଚରେ ରହିଛି ଅନେକ ଔଷଧୀୟ ଗୁଣ

mahabharatanews

ମହାରାଷ୍ଟ୍ର: ୨୪ ଘଣ୍ଟାରେ ୮୭ ପୁଲିସ କରୋନା ଆକ୍ରାନ୍ତ

mahabharatanews