ଓଡିଶା

୧୧ ବର୍ଷ ପରେ ମଧ୍ୟ ପାତାଳି କ୍ଷେତ୍ରର ବିକାଶ ହୋଇପାରୁ ନାହିଁ

(ମହାଭାରତ/ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ଠାରୁ ମାତ୍ର ୩୦-୩୫ କିଲୋମିଟର ଦୂରତାରେ ଥିବା ଉଲୁଣ୍ଡା ବ୍ଳକର କୋଟସମଲେଇ ଗ୍ରାମ ନିକଟରେ ଥିବା ପାତଳୀ ଶ୍ରୀକ୍ଷେତ୍ରକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷିତ କରିଛନ୍ତି । କିନ୍ତୁ ଏହାର ଉନ୍ନତିକରଣ ହୋଇପାରୁନାହିଁ । ଯେଉଁ ବେଗରେ ଏହି ପର୍ଯ୍ୟଟନ ସ୍ଥଳର ବିକାଶ ହେବା କଥା ତାହା ଅ ।ଜି ପଯ୍ୟନ୍ତ ହୋଇପାରୁନାହିଁ ।

ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏଠାରେ ଏକ ଭବ୍ୟ ମନ୍ଦିର ର୍ନିମାଣ ପାଇଁ ଗତ ୨୦୦୭ ଫେବୃଅ ।ରୀ ମାସ ୨୦ ତାରିଖରେ ପୁରୀ ଜିଲ୍ଲାରୁ ଅ ।ସିଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଭୁମି ପୂଜନ ହୋଇଥିଲା । ମାତ୍ର ୧୧ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଉନ୍ନତି କାର୍ଯ୍ୟ ଅ ।ରମ୍ଭ ହୋଇନାହିଁ । ଏହି ପାତଳୀ ଶ୍ରୀକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକଙ୍କୁ ଅ ।କର୍ଷିତ କରିବା ପାଇଁ ଓ ବୃଦ୍ଧ ବୃଦ୍ଧା,ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା ଉଦ୍ଦେଶ୍ୟରେ ବିଭିନ୍ନ ଗୁମ୍ପାକୁ ରୋପ୍ ୱେ ର୍ନିମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଯୋଜନା ପ୍ରସ୍ତୁତ ହୋଇଥିଲା । ଗତ ଫେବ୍ରୁଅ ।ରି ୧୧ ତାରିଖରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ପଶ୍ଚିମ ଓଡିଶା ବିକାଶ ପରିଷଦ କିଶୋର ମହାନ୍ତି, ସମ୍ମାନିତ ଅତିଥି ଭାବରେ ଜଳ ସଂପଦ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ କଲିକେଶ ନାରାୟଣ ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତିରେ ରୋପ ୱେ ପ୍ରକଳ୍ପର ଭିତ୍ତିପ୍ରସ୍ତରର ଶିଳାନ୍ୟାସ କରାଯାଇଥିଲା । ଏହାମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ଏହି ପର୍ଯ୍ୟଟନର କାର୍ଯ୍ୟ ବି ଅ ।ରମ୍ଭ ହୋଇପାରି ନାହିଁ । ପାତାଳୀ ଶ୍ରୀ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ର ବିକାଶ ସକାଶେ ସରକାରୀ ସ୍ତରରେ ବିଭିନ୍ନ ପ୍ରସ୍ତାବ ଓ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେବାରେ ଅହେତୁକ ବିଳମ୍ବ ଘଟୁଛି । ଏଠାରେ ବହୁଦିନରୁ ପାର୍କ, କଲ୍ୟାଣ ମଣ୍ଡପ, ନୋ÷କାବିହାର, ଦୋକାନ ଘର, ପାଇପ ଜଳ ଯୋଗାଣ ବ୍ୟବସ୍ଥା ଅ ।ଦି ପ୍ରସ୍ତାବ ରହିଛି । ମାତ୍ର ଏଯାଏ ତାହା କାର୍ଯ୍ୟକାରୀ ହୋଇପାରି ନଥିବା ବେଳେ ଅ ।ଜି ଲୋପ ପାଇବା ପାଇଁ ବସିଲାଣି ।ଏହି ଶ୍ରୀକ୍ଷେତ୍ରର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ପର୍ଯ୍ୟଟନ ଓ ସସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ପାତଳୀ ଶ୍ରୀକ୍ଷେତ୍ରର ବରିଷ୍ଠ ସମାଜ ସେବୀ ମନୋ ରଞନ ପାଢ଼ୀ କହିଛନ୍ତି ।

Related posts

ଭାରତୀୟ ଜନତା ପାର୍ଟିର ପୁରୁଣା ରୋଗ ଆରମ୍ଭ  ହୋଇଛି

mahabharatanews

ପୋଖରୀକୁ ଟ୍ରାକ୍ଟର ଖସି ୪ ମୃତ

mahabharatanews

ଦ୍ଵିତୀୟ ଦିନରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

mahabharatanews