ଭାରତ

ଟିକେଟ ଦେଲା ବିଜେପି, ଲଢ଼ିବାକୁ ମନା କଲେ ପବନ ସିଂହ

(ଉତ୍ତରପ୍ରଦେଶ) :  ଟିକେଟ ଦେଲା ବିଜେପି, ହେଲେ ମନାକଲେ ପ୍ରାର୍ଥୀ । ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଭୋଜପୁରୀ ଅଭିନେତା ପବନ ସିଂହଙ୍କୁ ଆସାନସୋଲରୁ ଟିକେଟ ଦେଇଥିଲା । ହେଲେ ପବନ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ।

ସୂଚନାନୁଯାୟୀ , ଅବଶ୍ୟ ସେ ଏଥିପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ୧୯୫ ଜଣିଆ ଏହି ତାଲିକାରେ ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ପ୍ରାର୍ଥୀ ଘୋଷଣାର ଦିନକ ପରେ ଲଢିବାକୁ ମନା କରିଦେଇଛନ୍ତି ପୱନ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘‘ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ । ଦଳ ମୋତେ ବିଶ୍ୱାସ କଲା ଓ ପଶ୍ଚିମବଙ୍ଗ ଆସାନସୋଲରୁ ପ୍ରାର୍ଥୀ ଘୋଷଣା କଲା, ହେଲେ କିଛି କାରଣରୁ ମୁଁ ଆସାନସୋଲରୁ ଲଢି଼ପାରିବି ନାହିଁ।’’

Related posts

ଡେଙ୍ଗୁର ନୂଆ ଭାରିଆଣ୍ଟ ଡି୨ ଘାତକ ସାବ୍ୟସ୍ତ ହେଉଛି

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାନହାନି କେସ

mahabharatanews

ଆଜି ହେବ ପରୀକ୍ଷା ପେ ଚର୍ଚ୍ଚା

mahabharatanews