ଓଡିଶା

ସ୍ୱାଧୀନ ଓ ନିରପେକ୍ଷ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଆଜି ଜାତୀୟ ପ୍ରେସ ଦିବସ ଅବସରରେ ଭଚ୍ୟୁଆଲ ପ୍ଲାଟଫର୍ମରେ ଆଜିର ଖବର ତରଫରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ତଥା ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଡ ଦେବେନ୍ଦ୍ର ମାଝି ଯୋଗଦେଇ ଗଣମାଧ୍ୟମର ଇତିହାସ ଓ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ । ରାଜନୈତିକ ଦଳ ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଗଣମାଧ୍ୟମ ପରିଚାଳନାକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ । ଗଣମାଧ୍ୟମକୁ ବିଜ୍ଞାପନର ଆବଶ୍ୟକତା ରହିଥିବା ସତ୍ତେ୍ୱ ସ୍ୱାଧୀନଭାବେ ନିରପେକ୍ଷ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାକୁୁ ଆହ୍ୱାନ ଦେଇଥିଲେ ।

ଓଡିଶା ୟୁନିୟନ ଫର ୱାର୍କିଂ ଜର୍ଣ୍ଣାଲିଷ୍ଟ (ଓୟୁଡବ୍ଲୁଜେ)ର ସାଧାରଣ ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ ଡିଜିଟାଲ ମିଡିଆକୁ ସରକାରୀ ସ୍ୱୀକୃତି ପ୍ରଦାନ ପୂର୍ବକ ସାମ୍ବାଦିକଙ୍କ ସୁରକ୍ଷା ଓ ନକଲି ଗଣମାଧ୍ୟମକୁ ଚିହ୍ନଟ କରି ତା ଉପରେ ଅଙ୍କୁଶ ଲଗାଇବାକୁ କହିଥିଲେ । ଓୟୁଡବ୍ଲୁଜେ ଯୁଗ୍ମ ସମ୍ପାଦକ ରଜନୀକାନ୍ତ ମିଶ୍ର ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟତଃ ସାମ୍ବାଦିକଙ୍କ ସୁରକ୍ଷା, ମିଥ୍ୟା ସମ୍ବାଦ ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ଓ ସ୍ୱାଧୀନଭାବେ ଗଣମାଧ୍ୟମର କାର୍ଯ୍ୟ ସମ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଏଠାରେ ଆଲୋଚନା ହୋଇଥିଲା ।

ଏହି ଆଲୋଚନାଚକ୍ରରେ କାଉନସିଲ ଅଫ ନାସନାଲ ପ୍ରେସର ସଦସ୍ୟ ବରିଷ୍ଠ ସାମ୍ବାଦିକ ଡ. ଶ୍ରୀନିବାସ ପତି ରାଜୁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌର ଚନ୍ଦ୍ର ମହାପାତ୍ର, ରିପୋର୍ଟରସ୍ ଟୁଡେର ଏଡିଟର ଇନ ଚିଫ ସୁର୍ଜିତ ଧଳ, ସମ୍ବଲପୁର ପ୍ରେସ କ୍ଲବର ଉପସଭାପତି ରାଜେସ ଚୌହାନ ସମ୍ମାନିତ ଅତିଥି ଇଟିଭିର ବରିଷ୍ଠ ସାମ୍ବାଦିକ ସଞ୍ଜିବ ରାୟ, ସ୍ମୃତିର ଓଡିଶାର ଜାତୀୟ ସମ୍ପାଦକ ଆଭା ସତରୂପା ପତି ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଆଜିର ଖବରର ମୁଖ୍ୟ ଡ ଚିଦାତ୍ମିକା ଖଟୁଆ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଅଭିଭାଷଣ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।

 

Related posts

୧୧ କେଜିର ବଜ୍ରକାପ୍ତା ଉଦ୍ଧାର

mahabharatanews

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ

mahabharatanews

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦଶମ ଶ୍ରେଣୀ ଝିଅର ମୃତଦେହ, ପୋଲିସର ତଦନ୍ତ ଜାରି

mahabharatanews