ଓଡିଶା

ପିପିଲିରେ ୨୯ ପ୍ଲାଟୁନ ଓଏସପି, ୩ କମ୍ପାନୀ ସିଏପିଏଫ ମୁତୟନ: ଡିଜିପି

ପିପିଲି: ପୁଲିସ ଡିଜି ଅଭୟଙ୍କ ପିପିଲି ଥାନା ଗସ୍ତ । ଥାନାରେ ଡିଜି ସେଠାକାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି ।ଏହି ସମୀକ୍ଷା ବୈଠକରେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠୱା, ପୁରୀ ଏସପି, ଅତିରିକ୍ତ ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି । ପିପିଲିରେ ଗତ କିଛି ଦିନ ହେବ ନିର୍ବାଚନୀ ହିଂସା ଦେଖା ଦେଇଛି । ଆଗକୁ ନିର୍ବାଚନ ଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବାକୁ ଆଜି ଡିଜିପି ପିପିଲି ଥାନାକୁ ଯାଇଛନ୍ତି ।
ସମୀକ୍ଷା ପରେ ପିପିଲି ସୁରକ୍ଷା ବ୍ୟବସ୍ଥା ଉପରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି । ଡିଜିପି କହିଛନ୍ତି, ପିପିଲିରେ ଆଇନଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ୨୯ ପ୍ଲାଟୁନ ଓଏସଏପି ମୁତୟନ କରାଯିବା ସହ ୩ କମ୍ପାନୀ ସିଏପିଏଫଙ୍କୁ ଆଜିଠାରୁ ନିୟୋଜିତ କରାଯାଉଥିବା ବେଳେ ଗୋଟିଏ କମ୍ପାନୀ ସ୍ୱିଫ୍ଟ ଆକ୍ସନ ଫୋର୍ସ ବର୍ତ୍ତମାନ ମୁତୟନ କରାଯାଇଛି । ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନକୁ ୨ ଜଣ ଅତିରିକ୍ତ ଏସପି ଓ ୩ ଜଣ ଡିଏସପି ରହି ଅଞ୍ଚଳ ଉପରେ ତୀକ୍ଷ୍ନ ନଜର ରଖିବେ ବୋଲି ଡିଜିପି ସୂଚନା ଦେଇଛନ୍ତି ।

Related posts

ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

mahabharatanews

ଆସନ୍ତୁ ବୁଲିଯିବା ‘କୋଇଲି ଘୋଘର’

mahabharatanews

ଏଣିକି ରାତିରେ ପର୍ଯ୍ୟଟକ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ

mahabharatanews