ଭାରତ

ଲୋକସଭା ନିର୍ବାଚନ: ୪୬୫୦ କୋଟି ଟଙ୍କା ଜବତ

(ଦିଲ୍ଲୀ): ଲୋକସଭା ନିର୍ବାଚନ ୨୦୨୪ ରେ ସୋମବାର ସୁଦ୍ଧା ନିର୍ବାଚନ କମିସନ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ଏହା ୨୦୧୯ ନିର୍ବାଚନରେ ହୋଇଥିବା ସମୁଦାୟ ଆଦାୟ ଠାରୁ ଅଧିକ। ପୂର୍ବରୁ କେବେ ବି ଏତେ ଟଙ୍କା ଜବତ ହୋଇନଥିଲା।  କମିସନ କେବଳ ନଗଦ ଟଙ୍କା ଜବତ କରୁନାହାନ୍ତି, ବରଂ ମଦ, ଅନ୍ୟାନ୍ୟ ମାଗଣା ବଣ୍ଟନ ସାମଗ୍ରୀ ଆଦିକୁ ମଧ୍ୟ ଜବତ କରୁଛନ୍ତି ।

ସୂଚନାନୁଯାୟୀ , ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ଟଙ୍କା ଜବତ ମାମଲାରେ ଏକ ରେକର୍ଡ ସୃଷ୍ଟି କରିସାରିଛି। ନିର୍ବାଚନ କମିସନ କହିଛନ୍ତି ଯେ ତାଙ୍କ ତତ୍ତ୍ୱାବଧାନରେ ଅଧିକାରୀମାନେ ରେକର୍ଡ ୪,୬୫୦ କୋଟି ଟଙ୍କା ଜବତ କରିଛନ୍ତି। ଏହା ୨୦୧୯ ସଂସଦୀୟ ନିର୍ବାଚନରେ ହୋଇଥିବା ମୋଟ ଆଦାୟ ଠାରୁ ଅଧିକ। ପ୍ରାୟ ପ୍ରତିଦିନ ହାରାହାରି ୧୦୦ କୋଟି ଟଙ୍କା ଜବତ କରୁଛନ୍ତି ନିର୍ବାଚନ କମିସନ ।

Related posts

ଉତ୍ତରାଖଣ୍ଡରେ ଭୂସ୍ଖଳନ; ଆଲର୍ଟ ଜାରି

mahabharatanews

ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି

mahabharatanews

କରୋନା ଭାଇରସ : ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

mahabharatanews