(ଦିଲ୍ଲୀ) : ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ଆସିବା ନେଇ ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କର ଚଣ୍ଡିଖୋଲରେ କାର୍ଯ୍ୟକ୍ରମ ରହିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ ।
ସୂଚନାନୁଯାୟୀ , ଏହା ପୂର୍ବରୁ ଫେବ୍ରୁଆରୀ ୩ ତାରିଖରେ ଓଡିଶା ଆସିଥିଲେ ମୋଦୀ । ସମ୍ବଲପୁର ଗସ୍ତରେ ଆସି, ସେତେବେଳେ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଖାଲି ସେତିକି ନୁହେଁ, ସମ୍ବଲପୁର ଆଇଆଇଏମ୍ ସ୍ଥାୟୀର କ୍ୟାମ୍ପସର ମଧ୍ୟ ଲୋକାର୍ପଣ କରିଥିଲେ ମୋଦୀ । ଆଉ ଏହାର ପ୍ରାୟ ଏକ ମାସ ପରେ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
