ଭାରତ

ଆଜି ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗିର ଯିବେ ମୋଦି 

(ଦିଲ୍ଲୀ) : ଆଜି ପ୍ରଧାନମନ୍ତ୍ରୀ ମୋଦୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ । ୩ ଜିଲ୍ଲା ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗିରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦୀ । ଏହାପରେ ବଲାଙ୍ଗିର ଓ ବରଗଡ଼ରେ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦୁନିଆ ଓଡ଼ିଶା ଗସ୍ତକୁ ନେଇ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ସାଢେ ୮ଟାରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରଥମେ ଫୁଲବାଣୀ ଯାଇ ଏହାପରେ ମଧ୍ୟାହ୍ନ ୧୨ଟାରେ ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦୀ । ମୋଦୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।  ଏହାପରେ ବରଗଡ଼ରେ ଅପରାହ୍ନ ୨ ଟାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ବରଗଡ଼ ଟୋଲାପ୍ଲାଜା ନିକଟତସ୍ଥ ପଡିଆରେ ଏକ ଜନସାମାବେଶରେ ଉଦବୋଧନ ଦେବେ ମୋଦୀ ।

Related posts

ଶୀତଳ ଲାଭାର ବନ୍ୟା; ୪୧ ମୃତ

mahabharatanews

ବିରତି ନେବ ରାହୁଲଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା

mahabharatanews

ଥମୁନି ମଣିପୁର ହିଂସା : ଜୁଲାଇ ୮ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ

mahabharatanews