ଭାରତ

ଆଜି ତେଲେଙ୍ଗାନା ଏବଂ ରାଜସ୍ଥାନ ଯିବେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) : ଆଜି ଅର୍ଥାତ୍ ଶନିବାର ଦିନ ଦୁଇଟି ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଲେଙ୍ଗାନା ଏବଂ ରାଜସ୍ଥାନରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି ।  ପ୍ରଧାନମନ୍ତ୍ରୀ ବିକାନେରରେ 24 ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଏନେଇ ସୂଚନା ଦେଇଛନ୍ତି ।

ସେଥିରେ ଲେଖା ହୋଇଛି , ରାଜସ୍ଥାନ ବିକାନରରେ ଆଜି ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ମିଳିବ। ଏଥିମଧ୍ୟରେ ଅମୃତସର-ଜାମନଗର ଗ୍ରୀନଫିଲ୍ଡ ଏକ୍ସପ୍ରେସୱେର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୧ ,୧୨୫  କୋଟି ଟଙ୍କା । ସେହିପରି ବିକାନେର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସବୁଜ ଶକ୍ତି କରିଡର ପ୍ରଥମ ପର୍ଯ୍ୟାୟରେ ଆନ୍ତଃରାଜ୍ୟ ଟ୍ରାନ୍ସମିସନ ଲାଇନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦି । ଏହା ସହ ଏକ ସାଧାରଣ ସଭାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related posts

ଓମିକ୍ରନ ଲକ୍ଷଣ

mahabharatanews

ଆସନ୍ତାକାଲି ‘ଜି୨୦’ବୈଠକ: ବାଦ ପଡିବ ଚୀନ

mahabharatanews

ବଢ଼ିଲା ଗ୍ୟାସ ଦର

mahabharatanews