ଭାରତ

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା, ଏପ୍ରିଲ ୨୬ ରେ ଅନୁଷ୍ଠିତ

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଏପ୍ରିଲ ୨୬ ରେ ଅନୁଷ୍ଠିତ ହେବ। ଏପ୍ରିଲ ୧୨ ରୁ ଏପ୍ରିଲ ୧୮ ପର୍ୟ୍ୟନ୍ତ ମେୟର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ଗତ ବର୍ଷ ଡିସେମ୍ବରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଜିତିଥିଲା। ଦିଲ୍ଲୀର ମେୟର ପଦ ପାଇଁ ଶୈଲି ଓବରୋଇ ମନୋନୀତ ହୋଇଥିଲେ ଏବଂ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ହୋଇଥିଲେ। ମେୟର ନିର୍ବାଚନ ସମୟରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ରାଜନନୈତିକ ତିକ୍ତତା ମଧ୍ୟ ଦେଖିବାକୁ ମିଳିଥିଲା। ମାର୍ଚ୍ଚ ୩୧ ରେ ଶୈଲି ଓବରୋଇଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା, କିନ୍ତୁ ନୂତନ ମେୟର ନିର୍ବାଚିତ ନହେବା ପର୍ୟ୍ୟନ୍ତ ସେ ଏହି ପଦବୀରେ ରହିବେ।

Related posts

ଘନ କୁହୁଡ଼ି ଜାରି : ୧୧୦ଟି ବିମାନ ବିଳମ୍ବିତ 

mahabharatanews

 ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଯାତନା

mahabharatanews

ପ୍ରେମିକାକୁ ଭିଡିଓ କଲ କରି ଫାଶୀ ଦେଇ ଆତ୍ମହତ୍ୟା କଲା ପ୍ରେମିକ

mahabharatanews