ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ୍ରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ହୋଇଥିବା ବିନାଶ ପରେ ସ୍ଥିତି ଖୁବ ଶୀଘ୍ର ସ୍ୱାଭାବିକ ହେଉ ବୋଲି କାମନା କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ଯେଉଁଭଳି ଭାବରେ ରାଜ୍ୟ ବାତ୍ୟାର ମୁକାବିଲା କଲା ତାକୁ ଦେଖିବା ପରେ ସେ କହିଛନ୍ତି ଯେ, “ବାତ୍ୟା ଆମ୍ଫାନର ପ୍ରଭାବକୁ ରାଜ୍ୟ ସାହସର ସହ ମୁକାବିଲା କରିଥିବାରୁ ମୁଁ ଅବେଗିକ ଭାବେ ଓଡିଶାବାସୀଙ୍କ ସହ ଅଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଅଧିକାରୀମାନେ କାର୍ୟ୍ୟ କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେଉ।
ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଟୁଇଟରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗରେ ବାତ୍ୟା ଆମ୍ଫାନ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଦୃଶ୍ୟ ମୁଁ ଦେଖୁଛି । ଏହି ସମୟରେ ସମଗ୍ର ଦେଶ ପଶ୍ଚିମବଙ୍ଗ ସହ ଛିଡା ହୋଇଛି । ବାତ୍ୟା ପ୍ରଭାବିତ ଅଂଚଳରେ ଏନଡିଆରଏଫର କର୍ମଚାରୀ କାର୍ୟ୍ୟ କରୁଛନ୍ତି । ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରୁଛନ୍ତି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ କୌଣସି ଅଭାବ ରଖାଯିବ ନାହିଁ ।
previous post
