Uncategorized

ଅମ୍ଫାନ: କୋଲକାତାରେ ମମତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ବାତ୍ୟା ‘ଅମ୍ପାନ’ ପ୍ରଭାବ‌ରେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ କିଛି ସମୟ ମମତାଙ୍କ ସହ ଅମ୍ଫାନ କ୍ଷୟକ୍ଷତିକୁ ନେଇ ଆଲୋଚନା କରିଥିଲେ । ମମତା ‘ଅମ୍ପାନ’କୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାବୁଲ ସୁପ୍ରିୟୋ, ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏବଂ ଦେବଶ୍ରୀ ଚୌଧୁରୀ ପ୍ରମୁଖ ମଧ୍ୟ ଗସ୍ତ କରିଛନ୍ତି। ପରେ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଆକାଶମାର୍ଗରୁ ସେମାନେ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ପଶ୍ଚିମବଙ୍ଗରେ ସ୍ଥିତି ଅନୁଧ୍ୟାନ ପରେ ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ଏଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।
ସୂଚନାଯୋଗ୍ୟ, ବାତ୍ୟା ଅମ୍ପନରେ ପଶ୍ଚିମ ବଙ୍ଗରେ ପ୍ରାୟ ୮୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ସମ୍ପତ୍ତି ନଷ୍ଟ ହୋଇଛି।

Related posts

ବଗିକୁ ଛାଡି ଚାଲିଗଲା ଇଞ୍ଜିନ, ମଝି ରାସ୍ତାରେ ଭୋକରେ ଶ୍ରମିକ

mahabharatanews

ପଙ୍ଗପାଳ ବିପଦ: କେନ୍ଦ୍ର ଗୃହମନ୍ତ୍ରଣାଳୟ ଜାରିକଲା ଆଲର୍ଟ

mahabharatanews

କେନ୍ୟା: ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ

mahabharatanews