ଅପରାଧଓଡିଶା

ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ସରକାରୀ ବାସଭବନରୁ ମିଳିଲା ମୃତଦେହ

କଟକ: ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। ତେବେ କଟକର ସିଡିଏ ସେକ୍ଟର -୯ ସ୍ଥିତ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ତାଙ୍କ ଘରୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ବିଚାରପତିଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଚାଲିଛି। ତେବେ ଦୁଇ ଦିନ ଧରି ଶ୍ରୀ ବିହାରୀ ଛୁଟିରେ ରହିଥିଲେ। ତାଙ୍କର ଆଜି କାର୍ଯ୍ୟରେ ଯୋଗଦେବାର ଥିଲା କିନ୍ତୁ ସେ ଆଜି ମଧ୍ୟ ଛୁଟି ନେଇଥିଲେ। ତେବେ ତାଙ୍କର ଦୁଇଟି ଝିଅ ଓ ପତ୍ନୀ ଥିବା ସୂଚନା ମିଳିଛି। ସେପଟେ ପାରିପାଶ୍ୱିର୍କ ସ୍ଥିତିରୁ ଶ୍ରୀ ବିହାରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି କଟକ ଏସିପି ତାପସ ପ୍ରଧାନ କହିଛନ୍ତି। ବେକରେ ଦାଗ ରହିଛି, ଆଞ୍ଚୁଡା ଚିହ୍ନ ଟିକେ ଥିବା ଦେଖାଯାଇଛି। ସାଧାରଣତଃ ଆତ୍ମହତ୍ୟା କଲେ ଏଭଲି ଦାଗ ସୃଷ୍ଟି ହୋଇଥାଏ। ଘଟଣାସ୍ଥଲରୁ ଏକ ରଶି ଜବତ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ପଠାଯିବ। ଅଧିକ ତଦନ୍ତ ହେଲେ ସ୍ପଷ୍ଟ ଜଣାପଡିବ। ଘରେ କେହି ନଥିବାବେଳେ ଏଭଳି ଘଟଣା ଘଟିଥିଲା। ପତ୍ନୀ ଓ ଦୁଇ ଝିଅ ମାର୍କେଟକୁ ଯାଇଥିଲେ। ଘରୋଇ ସହାୟକ ଦିନ ୧୨ଟାରୁ ପଳାଇଯାଇଥିଲା। ଘରକୁ ଫେରିବା ପରେ ପତ୍ନୀ ଝୁଲନ୍ତା ମୃତଦେହ ଦେଖିଥିଲେ ବୋଲି ଏସିପି ଶ୍ରୀ ପ୍ରଧାନ କହିଛନ୍ତି।

Related posts

ପ୍ରେମିକାର ଖୁସି ପାଇଁ ଲୁଟ କଲେ ପ୍ରେମିକ

mahabharatanews

ଅଟୋ ଦୁର୍ଘଟଣାରେ ୬ ଗୁରୁତର ଆହତ

mahabharatanews

ରାଜଧାନୀରେ ଆଉ ୨୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews