ଓଡିଶା

ବିଷାକ୍ତ ଛତୁ ଖାଇ ୧୦ ଗୁରତର

(ଭଞ୍ଜନଗର): ଗଞ୍ଜାମ ଅନ୍ତର୍ଗତ ଭଞ୍ଜନଗର ଠାରେ ଅଘଟଣ ଘଟିଛି । ଏଠାରେ ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଗୁରୁତର ଢନାରଡା ଗାଁର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ବ୍ୟକ୍ତି ରବିବାର ରାତିରେ ଛତୁ ଖାଇଥିଲେ । ପରେ ଅସ୍ୱସ୍ଥି ଅନୁଭବ କରିଥିଲେ । ଏହାପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ବିଳମ୍ବିତ ରାତିରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛତୁରେ ବିଷକ୍ରିୟା ଜନିତ କାରଣରୁ ସମସ୍ତେ ଗୁରୁତର ହୋଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

Related posts

ଅଜଣା ଗାଡି ଧକ୍କାରେ ୧୨ ବସ୍ ଯାତ୍ରୀ ଆହତ

mahabharatanews

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

mahabharatanews

ରାଇରଙ୍ଗପୁରରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ ପାଳିତ

mahabharatanews