ଅପରାଧଭାରତ

ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଆତଙ୍କବାଦୀମାନେ ବେଙ୍ଗାଲୁରୁରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିବା ବେଳେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଗିରଫ କରିଥିଲା। ଏହି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନିକଟରୁ ହ୍ୟାଣ୍ଡ ଗ୍ରେନେଡ୍ ଏବଂ ୭ଟି ପିସ୍ତଲ ସହ ଅନେକ କାର୍ଟ୍ରିଜ ପୋଲିସ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ୫ଜଣ ଆତଙ୍କବାଦୀ କର୍ଣ୍ଣାଟକର ବାସିନ୍ଦା ବୋଲି କୁହାଯାଉଛି । ସେମାନେ ଆଇଏସଆଇଏସ ମଡ୍ୟୁଲ୍ ସହିତ ଯୋଗାଯୋଗରେ ଥିଲେ। ପଚରାଉଚରା ବେଳେ ଜଣାପଡ଼ିଛି ଯେ ସେମାନେ ଜୁନୈଦଙ୍କ ନିର୍ଦ୍ଦେଶରେ ବେଙ୍ଗାଲୁରୁର ପ୍ରମୁଖ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ।

ବେଙ୍ଗାଲୁରୁ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ମୁତାବକ, ଧରାପଡ଼ିଥିବା ଆତଙ୍କବାଦୀମାନେ ହେଲେ ସୋହେଲ, ଉମର, ଜୁନୈଦ, ମୁଦାସିର ଓ ଜାହିଦ। ଏମାନେ ସମସ୍ତେ ୨୦୧୭ରେ ଏକ ମାମଲାରେ ଜେଲରେ ଥିଲେ। ସେହି ସମୟରେ ଆତଙ୍କବାଦୀଙ୍କ ସହ ସେମାନେ ଯୋଗାଯୋଗରେ ଆସିଥିଲେ।

Related posts

ଶ୍ରୀରାମ ଜନ୍ମୋତ୍ସବ: ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

mahabharatanews

ଯୁବତୀଙ୍କର କି ରାଗ ! ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

mahabharatanews

ତୃତୀୟ ଦିନରେ ସିଡିଏମଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍

mahabharatanews