ଅପରାଧଓଡିଶା

ଚାଷ ଜମିରୁ ଶରୀର ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

ଚାଷ ଜମିରୁ ଶବ ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ । ଗୁରୁବାର ଦିନ ପୋଟେସ ଗ୍ରାମର ଏକ ଚାଷ ଜମିରୁ ପୋଟେସ ଗ୍ରାମର ଅଲେଖ ନିଆଲ ନାମକ ୫୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହେଇଛି । ମୃତ ଦେହଟି ଚାଷ ଜମିରେ ହିଁ ପଡିଥିଲା । ସକାଳେ ଘରେ ଜଳ ଖିଆ ଖାଇ ସାରିବା ପରେ ଅଲେଖ ନିଜ ଚାଷ ଜମିକୁ ଯାଇଥିଲା । କିନ୍ତୁ ପରବର୍ତି ସମୟରେ ସେ ଆଉ ଘରକୁ ଫେରିନଥିଲା । ପରିବାର ଲୋକ ତାକୁ ଖୋଜା ଖୋଜି କରିବା ବେଳେ ଚାଷ ଜମିରେ ତାର ମୃତ ଦେହ ପଡିଥିଲା । ସମ୍ପର୍କୀୟଙ୍କୁ ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ପରିବାର ଲୋକ ଏବଂ ସମ୍ପର୍କୀୟମାନେ ପହଂଚିଥିଲେ ।

ଶବଟିକୁ ଦେଖିଲେ ଲାଗୁଥିଲା କି ଏହା ଏକ ହତ୍ୟା । ତେଣୁ ପରିବାର ଲୋକ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରିବା ସହ କଲମପୁର ପୁଲିସ ନିକଟରେ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ପାରିପାର୍ଶ୍ଵକ ଅବସ୍ଥା ଦେଖିବା ପରେ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

Related posts

ବିଧାନସଭା ଆଗରେ ଅଖିଳେଶଙ୍କ ଧାରଣା

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ

mahabharatanews