ଅପରାଧ

ମୃତଦେହ ପଡିଥିବା ସ୍ଥାନରୁ ୨ କିଲୋମିଟର ଦୂରରେ ମୁଣ୍ଡ ଠାବ କଲା ପୁଲିସ

ଭୁବନେଶ୍ୱର: ମୁଣ୍ଡ ବିହୀନ ମହିଳାଙ୍କ ଚିହ୍ନଟ ପରେ ପୁଲିସ ମାତ୍ର କିଛି ଘଣ୍ଟା ବ୍ୟବଧାନରେ ମୁଣ୍ଡ ଠାବ କରିଛି । ମୃତଦେହ ପଡିଥିବା ସ୍ଥାନରୁ ୨ କିଲୋମିଟର ଦୂରରେ ମୁଣ୍ଡ ମିଳିଛି । ଭରତପୁର ଜଙ୍ଗଲରୁ ଏହି ମୁଣ୍ଡ ଠାବ ହୋଇଛି । ୨ ଅଭୁଯୁକ୍ତ ପୁଲିସକୁ ମୁଣ୍ଡ ପଡିଥିବା ସ୍ଥାନ ଦେଖାଇଛନ୍ତି । ପରକୀୟା ପ୍ରତିରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି ।
ଭରତପୁର ଜଙ୍ଗଲରୁ ଗତ ଗୁରୁବାର ମିଳିଥିବା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଘଟଣାରେ ପୁଲିସ ଏକ ସପ୍ତାହ ଧରି ତଦନ୍ତ କରିବା ପରେ ମହିଳାଙ୍କ ପରିଚୟ ହାସଲ କରିବା ପରେ ମିଳିଛି ସଫଳତା । ଏହି ଘଟଣାରେ ପୁଲିସ ପ୍ରଥମେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ବେଳେ ଉଭୟ ସମସ୍ତ ଘଟଣା ପୁଲିସକୁ ବର୍ଣ୍ଣନା କରିଥିଲେ । ପରକୀୟା ପ୍ରୀତିରୁ ଘଟଣା ଘଟିଥିଲା । ମହିଳାଙ୍କର ଦୁଇଜଣଙ୍କ ସହ ସମ୍ପର୍କ ଥିଲା । ଏହାକୁ ନେଇ ତାଙ୍କ ହତ୍ୟା କରାଯାଇଥିଲା । ହତ୍ୟା ପରେ ଅଭିଯୁକ୍ତମାନେ ମହିଳାଙ୍କ ମୁଣ୍ଡ କାଟି ସେଠାରୁ ୨ କିଲୋମିଟର ଦୂରରେ ଏକ ବୁଦାରେ ପକାଇ ଦେଇଥିଲେ । ପୁଲିସ କଟାମୁଣ୍ଡ ଜବତ କରିଛି ।

Related posts

ମିଥ୍ୟା ଲାଞ୍ଚ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସପିଙ୍କୁ ଜରିମାନା

mahabharatanews

ବୈଦ୍ୟନାଥ ଛକରୁ ଜବତ ହୋଇଛି ୨୧୫ ବୋତଲ କଫ ସିରଫ

mahabharatanews

ଗଞ୍ଜେଇ ଚାଲାଣକାରୀ ପୁଲିସ କନେଷ୍ଟବଳ ଗିରଫ

mahabharatanews