ଓଡିଶା

କ୍ୱାରେଣ୍ଟାଇନ ପରେ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ନେଇ ପ୍ରବାସୀ ଶ୍ରମିକଙ୍କ ଧାରଣା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ତେବେ ସେମାନଙ୍କ କ୍ୱାରେଣ୍ଟାଇନ ଅବଧୀ ସରିବା ପରେ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ଏହି ରାଶି ମିଳିବାରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ଗୁରୁବାର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଫିସ ସାମନାରେ ପ୍ରବାସୀ ଶ୍ରମିକମାନେ ଧାରଣା ଦେଇଥିଲେ । ସୁରତରୁ ଫେରି ପ୍ରବାସୀମାନେ କ୍ବାରେଣ୍ଟାଇନରେ ୧୪ ଦିନ ରହି ଘରକୁ ଫେରି ଯାଇଥିଲେ ମଧ୍ୟ ଏଯାଏ ସେମାନଙ୍କୁ ପ୍ରୋତ୍ସାହନ ଅର୍ଥ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ପ୍ରବାସୀମାନେ ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

Related posts

କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ବଣ୍ଟନ

mahabharatanews

ମାଲକାନଗିରିରେ ଭୁକମ୍ପ

mahabharatanews

ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ପଦୋନ୍ନତି ଅଦାଲତ

mahabharatanews