ଓଡିଶା

କ୍ୱାରେଣ୍ଟାଇନ ପରେ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ନେଇ ପ୍ରବାସୀ ଶ୍ରମିକଙ୍କ ଧାରଣା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ତେବେ ସେମାନଙ୍କ କ୍ୱାରେଣ୍ଟାଇନ ଅବଧୀ ସରିବା ପରେ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ଏହି ରାଶି ମିଳିବାରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ଗୁରୁବାର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଫିସ ସାମନାରେ ପ୍ରବାସୀ ଶ୍ରମିକମାନେ ଧାରଣା ଦେଇଥିଲେ । ସୁରତରୁ ଫେରି ପ୍ରବାସୀମାନେ କ୍ବାରେଣ୍ଟାଇନରେ ୧୪ ଦିନ ରହି ଘରକୁ ଫେରି ଯାଇଥିଲେ ମଧ୍ୟ ଏଯାଏ ସେମାନଙ୍କୁ ପ୍ରୋତ୍ସାହନ ଅର୍ଥ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ପ୍ରବାସୀମାନେ ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

Related posts

ଆୟବା: ଭୁଲ ପଞ୍ଜିକରଣ ଯୋଗୁଁ ୪୧ଚାଷୀ ଧାନ ବୀକ୍ରୟରୁ ବଂଚିତ

mahabharatanews

ରାଜ୍ୟରେ ଖୋଲିବ ଆଉ ୧୧ ସାଇବର ଥାନା

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ; ଜଣେ ରୋଗୀ ଚିହ୍ନଟ

mahabharatanews