ଓଡିଶା

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ 

(ଭୁବନେଶ୍ୱର) : ଆଜି ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର  । ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ,ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ ।

ସୂଚନାନୁଯାୟୀ , । ନୂଆଖାଇ ପାଇଁ ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ । ଏକାଠି ହୋଇ ଜୁହାର ଭେଟ୍ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱେରିଙ୍କ ପୀଠ ଉତ୍ସବ ମୁଖର । ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଲାଣି । ଲୋକେ କାହିଁ ଦେଶ ବିଦେଶରୁ ନିଜ ନିଜ ଘରକୁ ଆସିଲେଣି । ଘରେ ନିଜ ପରିବାର ସହ ମିଶି ପାଳିବେ ନୂଆଖାଇ । ନିଜ ପରିବାର , କୁଟୁମ୍ବଙ୍କ ସହ ମିଶି ପାଳନ ହେବ ନୂଆଖାଇ ।

Related posts

ଟ୍ରେନ୍ ଦୁର୍ଘଟଣା:  ଆସିଲା ୨୯ ମୃତଦେହର DNA ରିପୋର୍ଟ

mahabharatanews

ବୈଦ୍ୟନାଥ ଛକରୁ ଜବତ ହୋଇଛି ୨୧୫ ବୋତଲ କଫ ସିରଫ

mahabharatanews

୧୨ରେ ଆସୁଛି ବାତ୍ୟା ‘ମୋଚା’ 

mahabharatanews