ଭାରତ

ଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜି ସାରା ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଏହାସହିତ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ ମଧ୍ୟ କରୁଛି। ପ୍ରଥମେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ଏଥିସହ ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା ଅଭିଯାନ। ନିଜ ସମ୍ବୋଧନରେ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଉଡୁଥିବା ସହିତ ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ ବୋଲି କହିଛନ୍ତି ମୋଦି ।

ମହାପୁରୁଷଙ୍କ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ବାପୁଜୀ, ନେତାଜୀ ଓ ସବରକରଙ୍କ ପରି ମହାପୁରୁଷଙ୍କ ନାଁ ନେଇଛନ୍ତି।ଏହାସହିତ ମୋଦି କହିଛନ୍ତି ୭୫ ବର୍ଷର ଯାତ୍ରାରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛୁ, କେବେ କୌଣସି ପରିସ୍ଥିତିରେ ହାରିବାକୁ ଦେଇନାହୁଁ। ଅଭାବ, ଉପହାସ ଭିତରେ କେବେ ବି ପଛକୁ ଫେରିନୁ। ଗୁଲାମୀ ଶାସନର ଅନ୍ତ ପରେ ଆମେ ସଫଳତାର ପାହାଚ ଚଢୁଛୁ।

ଆତଙ୍କବାଦ ଜରିଆରେ ଛଦ୍ମ ଯୁଦ୍ଧ ଚାଲିଛି, ମାତ୍ର ଆଗକୁ ବଢୁଛୁ । ଭାରତର ବିବିଧତା ହେଉଛି ଆମର ପ୍ରକୃତ ଶକ୍ତି। ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ। ଏହାସହିତ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

Related posts

ରକ୍ତସ୍ରାବ ପାଇଁ ହେଲା ସଦଗୁରୁଙ୍କ ମସ୍ତିଷ୍କ ସର୍ଜରୀ 

mahabharatanews

ଅଚାନକ ଜଳିଗଲା ବସ, ୮ ଜୀବନ୍ତ ଦଗ୍ଧ

mahabharatanews

କୁକୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

mahabharatanews