Uncategorized

କାନାଡାରେ ଚୀନ ବିରୋଧି ବିକ୍ଷୋଭ

ଭାନକୋଭର: ଗଲୱାନରେ ଚୀନ ସେନା ଆକ୍ରମଣରେ ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ । ଏହାପରେ ଭାରତୀୟଙ୍କ ମଧ୍ୟରେ ଚୀନ ବିରୋଧି ଚିନ୍ତାଧାରା ତୀବ୍ର ହେବାରେ ଲାଗିଛି । ଭାରତ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । କାନାଡ଼ାରେ ରହୁଥିବା ଭାରତୀୟମାନେ ଭାନକୋଭରସ୍ଥିତ ଚୀନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚୀନ ଦୂତାବାସ ସମ୍ମୁଖରେ ବିକ୍ଷୋଭକାରୀ ହାତରେ ତ୍ରିରଙ୍ଗା ଏବଂ ବିଭିନ୍ନ ପ୍ଲାକାର୍ଡ ଧରି ଚୀନ ବିରୋଧରେ ନାରାବାଜି ଦେଇଥିଲେ। ‘ଭାରତରେ ଲୋକଙ୍କୁ ହତ୍ୟା କରିବା ବନ୍ଦ କର। ଚୀନ ବିଶ୍ଵର ସବୁଠୁ ବଡ଼ ଜମି ମାଫିଆ । ଚୀନ ସାରା ବିଶ୍ଵ ପାଇଁ ବିପଦ। ଚୀନ ବିଶ୍ଵ ଶାନ୍ତିକୁ ନଷ୍ଟ କରିଛି ବୋଲି ବିକ୍ଷୋଭକାରୀମାନେ ନାରା ଦେଇଥିଲେ।
ବିକ୍ଷୋଭକାରୀଙ୍କ ମତରେ ଏହି ଦେଶ ଅନ୍ୟ ପଡୋଶୀ ଦେଶର ଜମି ଜବରଦଖଲ କରୁଛି। ଚୀନ ସୈନ୍ୟ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଛନ୍ତି। ଭାରତୀୟ ଯବାନ ଏହାର ଉପଯୁକ୍ତ ଜବାବ ଦେଇଛନ୍ତି, ଯାହାକୁ ସମ୍ଭବତଃ ଚୀନର ଗଣମାଧ୍ୟମଗୁଡ଼ିକ ଲୁଚାଇ ରଖୁଛି। ଲୋକମାନେ ଆକ୍ରୋଶରେ ରହିଥିବାବେଳେ ଚୀନ ସାମଗ୍ରୀ ବ୍ୟବହାର ବର୍ଜନ କରିବାକୁ ଭାରତୀୟ ବିକ୍ଷୋଭକାରୀମାନେ ଆହ୍ବାନ କରିଛନ୍ତି।

Related posts

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା 

mahabharatanews

ଏଠାରେ ବିଶ୍ୱର ସର୍ବବୃହତ ପକ୍ଷୀ ମୂର୍ତ୍ତି ରହିଛି

mahabharatanews

କରୋନା ମୃତ୍ୟୁର କାରଣ ଆମ ଦୃଷ୍ଟିଭଙ୍ଗି

mahabharatanews