ଓଡିଶା

ପାପଡାହାଣ୍ଡିରେ  SHG ମହିଳାଙ୍କୁ  ବିରୋଧ  

ପାପଡାହାଣ୍ଡି / ଅନିଲ ଭତ୍ରା :ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତରେ ଚାଲିଥିବା ଚାଉଳବଣ୍ଟନ  ସମସ୍ୟା କୁ ନେଇ ବୁଧବାର  ପାପଡାହାଣ୍ଡି ବିଡ଼ିଓ ରଞ୍ଜିତା ମଲ୍ଲିକଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯାଇଛି । ତୁମ୍ବର୍ଲା ସରପଞ୍ଚ ମୁରଲୀଧର ନାୟକ ଙ୍କ ନେତୃତ୍ୱରେ ପଂଚାୟତର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଶିବ ମନ୍ଦିର ଠାରୁ ବାହାରି ବିଭିନ୍ନ ନାରା ଦେଇ ବ୍ଲକ କାର୍ୟ୍ୟାଳୟ କୁ ଯାଇଥିଲେ । ବିଡ଼ିଓଙ୍କୁ ଦାବିପତ୍ର ଦେବା ପରେ ପଞ୍ଚାୟତ ବାସୀଙ୍କ ସହ ଆଲୋଚନା କରିଥିଲେ ।ସରପଞ୍ଚ ତଥା ପଞ୍ଚାୟତ ବାସୀଙ୍କ ଦାବି ଥିଲା ଯେ ତାଙ୍କ ପଞ୍ଚାୟତରେ ଯେଉଁ ମହିଳା ସଂୟ ସହାୟକ ଗୋଷ୍ଠିଙ୍କୁ ପଞ୍ଚାୟତ ଚାଉଳ ବଣ୍ଟନ କରିବାକୁ ସରକାର ଦେଇଛନ୍ତି ତାହାକୁ ବିରୋଧ କରି  ଏହି ରାଲି କରାଯାଇଛି । ଚାଉଳ ପାଉଥିବା ହିତାଧିକାରୀ ମାନେ ଏହି ମହିଳା ଗୋଷ୍ଠିଙ୍କୁ ବିରୋଧ କରି ସେମାନଙ୍କ ହାତରୁ ଆମେ ଚାଉଳ ନେବୁ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ ।ତା ପୁଣି ସ୍ଥାନୀୟ ସରପଞ୍ଚଙ୍କ ଅଜାଣତରେ ଏପରି କାର୍ୟ୍ୟ ପ୍ରଶାସନ ଅନୁମତି କିପରି ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ତୁମ୍ବର୍ଲା ସରପଞ୍ଚ ।ଆଗରୁ ବି ପ୍ରଶାସନ ପାଖରେ ତଥା ଜିଲ୍ଲାପାଳ ,ଉପଜିଲ୍ଲାପାଳ ପୁଣି ଉଚ୍ଚସ୍ଥ ଅଧିକାରୀ ମାନଙ୍କୁ ମଧ୍ୟ ଏବିଷୟରେ ଅବଗତ କରାଯାଇଛି ।କିନ୍ତୁ ପ୍ରଶାସନ ନିରବ ରହିଥିବା ଅଭିଯୋଗ କରିଛନ୍ତି ଉକ୍ତ ପଞ୍ଚାୟତ ବାସୀ ।ଯଦି ସାତ ଦିନ ଭିତରେ ମହିଳା ସଂୟ ସହାୟକ ଗୋଷ୍ଠିଙ୍କୁ ବାଦ ଦେଇ ପଞ୍ଚାୟତ ଙ୍କୁ ଚାଉଳ ବଣ୍ଟନ କରିବାକୁ  ଅନୁମତି ଦିଆ ନ ଯାଏ ତେବେ ପଂଚାୟତ ବାସୀ ରାଜ ରାସ୍ତାକୁ ଓଲ୍ହାଇବା କୁ ଚେତାବନୀ ଦେଇଛନ୍ତି ।ଦେଖାଯାଉ ପ୍ରଶାସନ କେବେ ଏହାର ସମାଧାନ କରୁଛି ନା ନିରବ ରହୁଛି ।

Related posts

ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

mahabharatanews

ସଚେତନତା ରଥ ଶୁଭାରମ୍ଭ

mahabharatanews

କଟକ ସହରରେ ପୁଣି ୨ କରୋନା ପଜିଟିଭ

mahabharatanews