(ପଞ୍ଜାବ) : ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗୁଜଜରା, ଉପଲି, ଦାଣ୍ଡୋଲିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନାମରେ ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପୂରା ଘଟଣାର ତଦନ୍ତ ପାଇଁ ପ୍ରଶାସନ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି।
ସୂଚନାନୁଯାୟୀ , ବୁଧବାରଠାରୁ ଆମକୁ ୪୦ ଜଣ ରୋଗୀ ଆସିଛନ୍ତି। ୪୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ପ୍ରାଣ ହରାଇଛନ୍ତି। ଅବଶିଷ୍ଟ ୨୦ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ପଟିଆଲାର ରାଜିନ୍ଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୬ ଜଣଙ୍କୁ ସଙ୍ଗରୁର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ପରାମର୍ଶ ବିନା ୩ ଜଣ ରୋଗୀ ଚାଲିଯାଇଛନ୍ତି।