ପରିବେଶକୁ ସଫା ସୁତାର ରଖିବା ପ୍ଲାଷ୍ଟିକୁ ବର୍ଜନ କରିବା…ଏଭଳି ସଚେତନତା ବାର୍ତ୍ତା ନେଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନ ବିଭାଗ ପକ୍ଷରୁ ଆୟୋଜନ କରାଯଇଥିବା ବେଳେ ଏଥିରେ ପୁରୁଣାକଟକ ହାଇସ୍କୁଲ ର ଛାତ୍ରଛାତ୍ରୀମାନେ ସହର ପ୍ରରିକ୍ରମା କରି ଲୋକଙ୍କୁ ସଚେତନତା କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ବୌଦ୍ଧ ଡ଼ିଏଫ ଓ ରାଜେନ୍ଦ୍ର ଗୋଛାୟତ, ପୁରୁଣା କଟକ ରେଞ୍ଜର ତଥା ଏସିଏଫ ଜୟନ୍ତ ଦାସ, ପୁରୁଣାକଟକ ସରପଞ୍ଚ ଅଶୋକ ସେଠି, ଙ୍କ ସମେତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ମନ୍ଦିର କମିଟି କର୍ମକର୍ତ୍ତl କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଅନ୍ୟପଟେ ଜିଲ୍ଲା ର ପର୍ୟ୍ୟଟନ ସ୍ଥଳୀ ନାଏକପଡା ଗୁମ୍ଫା, ନୂଆପଡା ଡ୍ୟାମ ରେ ମଧ୍ୟ ଏହି ସଚେତନତା ବନ ବିଭାଗ ପକ୍ଷରୁ କରାଯାଇଥିଲା।
