ଓଡିଶା

ଉଚ୍ଛେଦ ବେଳେ କାନ୍ଥ ଭୁଷୁଡି ଜେସିବି ଡ୍ରାଇଭର ଆହତ

(ମହାଭାରତ, ପୁରୀ): ପୁରୀରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଟ୍ଟାଳିକାଗୁଡିକର ଉଚ୍ଛେଦ ଚାଲିଥିବା ବେଳେ ଏକ କୋଠାର କାନ୍ଥ ଭୁଷୁଡି ଯାଇ ଜଣେ ଜେସିବି ଡ୍ରାଇଭର ଶନିବାର ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଲକ୍ଷ୍ମୀଧର ମୁଦୁଲି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ପୁରୀ ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଥିବା କୋଠାଗୁଡିକର ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଜେସିବି ଦ୍ୱାରା ଏକ କୋଠା ଭଙ୍ଗା ଯାଉଥିବା ବେଳେ ତାର ଗୋଟିଏ ପଟ କାନ୍ଥ ଭାଙ୍ଗି ଉକ୍ତ ଡ୍ରାଇଭରଙ୍କ ଉପରେ ପଡିଥିଲା । କାନ୍ଥ ତଳେ ଚାପି ହୋଇ ଜେସିବି ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related posts

ଭିଜିଲାନ୍ସ ପଞ୍ଝାରେ ବାଲିପାଟଣା ଥାନା ଏଏସଆଇ

mahabharatanews

ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିଷ୍ପତ୍ତି‎…

mahabharatanews

ମୁକ୍ତ ଆକାଶ ରଙ୍ଗମଂଚରେ ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ

mahabharatanews