(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀରେ ଥିବା ବିଶ୍ୱକବି ରବିନ୍ଦ୍ର ନାଥ ଟାଗୋରଙ୍କ ବାସ ଗୃହ ଅର୍ଥାତ୍ ବର୍ତ୍ତମାନର ପାଥେର ପୁରୀ ହଷ୍ଟେଲ ଜମି ରେ ଜିଲ୍ଲାପ୍ରଶାସନ ରାସ୍ତା ନିର୍ମାଣ କରୁଥିବା ପ୍ରସଙ୍ଗକୁ ପୁରୀ ବାରୁ ଆସୋସିଏସନର ଆଇନିଜୀବୀ ମାନେ ଘୋର ବିରୋଧ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ ରାସ୍ତା ନିର୍ମାଣ ବନ୍ଦ କରି ନୋବେଲ ବିଜେତା ରବିନ୍ଦ୍ର ନାଥ ଟାଗୋରଙ୍କ ବାସ ଗୃହ ଅର୍ଥାତ୍ ପାଥେର ପୁରୀ ହଷ୍ଟେଲର ପୁନରୁଦ୍ଧାର ନେଇ ଆଇନିଜୀବୀ ମାନେ ଦାବି କରିଛନ୍ତି । ଏ ନେଇ ଏକ ଦାବିପତ୍ର ପୁରୀ ଏଡିଏମ ଙ୍କୁ ପ୍ରଦାନ କରିଛନ୍ତି । ପୁରୀ ଏସସିଏସ କଲେଜ ର ପୂରାତନ ଛାତ୍ର ତଥା ଆଇନିଜୀବୀ ମାନେ ଅଭିଯୋଗ କରିଛନ୍ତି ଜିଲ୍ଲା ପ୍ରଶାସନ କିଛି ଘରୋଇ ହୋଟେଲ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ରାସ୍ତା ନିର୍ମାଣ କରୁଛି। ଅନ୍ୟ ଜାଗା ରେ ରାସ୍ତା ନିର୍ମାଣ ହେବା ନେଇ ଜାଗା ଥିଲେ ମଧ୍ୟ ଯେଭଳି ଜିଲ୍ଲା ପ୍ରଶାସନ ଘରୋଇ ହୋଟେଲ ମାଲିକଙ୍କ ହାତ ବାରିସୀ ସାଜି କବି ରବିନ୍ଦ୍ର ନାଥ ଟାଗୋରଙ୍କ ବାସ ଗୃହ ଜମି ଉପରେ ରାସ୍ତା ନିର୍ମାଣ କରୁଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ।
ପ୍ରକାଶ ଥାଉ କି, ପୁରୀ ସୁଭାଷ ବୋଷ ଛକ ରେ ଥିବା ଏସ ସି ଏସ କଲେଜର ପାଥେର ପୁରୀ ହଷ୍ଟେଲ ହେଉଛି କବି ରବିନ୍ଦ୍ର ନାଥ ଟାଗୋରଙ୍କ ବାସ ଗୃହ। ସେ ୧୯୪୫ ମସିହାରେ କଲେଜ କୁ ନିଜ ବାସ ଗୃହ ଛାତ୍ର ମାନଙ୍କ ରହିବା ପାଇଁ ଦାନ କରିଥିଲେ। କିନ୍ତୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହାକୁ ପୁନରୁଦ୍ଧାର ସହ ଏକ ନୂତନ ଛାତ୍ରବାସ , ପାଠାଗାର ଏବଂ ବିଶ୍ୱକବି ରବିନ୍ଦ୍ର ନାଥ ଟାଗୋର ସ୍ମୃତି ସାଇତି ରଖିବା ପାଇଁ ଏକ ମ୍ୟୁଜିଅମ ପାଇଁ ଦୀର୍ଘ ବର୍ଷ ହେବ ବିଭିନ୍ନ ମହଲରେ ଦାବି ହୋଇ ଆସୁଛି ।
