ଓଡିଶା

 ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

(ପୁରୀ)  : ପରିକ୍ରମା ପ୍ରକଳ୍ପରେ ଯୋଗଦାନ ଓ ଶୁଭ ଉଦଘାଟନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ । ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଆ ଓ ମୁଠାଏ ଚାଉଳ ଦେଇ ନିଜର ସମ୍ମତି ପ୍ରଦାନ କରିଛନ୍ତି । ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହୋଇଛି ପରିକ୍ରମା ନିମନ୍ତ୍ରଣ । ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ ।

ସୂଚନାନୁଯାୟୀ , ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ସହ ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ୧୭ଟି ଟିମ୍ ଗଠିତ ହୋଇଛି । ଆସନ୍ତା ଜାନୁଆରୀ ୧୭ ତାରିଖରେ ଭବ୍ୟ ଲୋକାର୍ପଣ ଉତ୍ସବ ।

Related posts

କରୋନା ଯୋଦ୍ଧାଙ୍କୁ ସାଂସଦ ମହେଶ ସାହୁଙ୍କ ସମ୍ବର୍ଦ୍ଧନା

mahabharatanews

ହକି ବିଶ୍ଵକପ: ପ୍ରତି ୱlର୍ଡରେ ହେବ ପଦଯାତ୍ରା

mahabharatanews

ସରିଲା ସମସ୍ତ ମୃତଦେହର ଅନ୍ତିମ ସଂସ୍କାର

mahabharatanews