ମନୋରଞ୍ଜନ

ଘୋଷଣା ହେଲା ‘ପୁଷ୍ପା ୨-ଦ ରୁଲ୍’ର ରିଲିଜ୍ ତାରିଖ 

(ମୁମ୍ବାଇ) :  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨-ଦ ରୁଲ୍’ର ରିଲିଜ୍ ତାରିଖ ଘୋଷଣା ହୋଇଛି । ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟ ୨୦୨୪ରେ worldwideର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏନେଇ ନିକଟରେ ନିର୍ମାତାମାନେ ଏକ ଅଫିସିଆଲ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ସୂଚନାନୁଯାୟୀ , ୬୯ତମ ଜାତୀୟ ପୁରସ୍କାରରେ ପୁଷ୍ପାର ଭୂମିକା ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ଆଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସ ‘ପୁଷ୍ପା ୨’ଦେଖିବା ବେଶ୍ ଉତ୍ସାହିତ ଅଛନ୍ତି ।  ପୁଷ୍ପା ୨-ଦ ରୁଲ୍ ଏକାଧିକ ଭାଷାରେ ସାରା ବିଶ୍ୱରେ ସିନେମା ଘରେ ରିଲିଜ୍ ହେବ । ମେଷ୍ଟ୍ରୋ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମାଇଥ୍ରୁ ମୁଭି ମେକର୍ସଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଆଇକନ୍ ତାରକା ଆଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫହଦ୍ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିବେ ।

Related posts

 ୨୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ‘ଦ କେରଳ ଷ୍ଟୋରୀ’

mahabharatanews

ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡର ଏହି ଚଳଚ୍ଚିତ୍ର

mahabharatanews

ହସ୍ପିଟାଲରେ ଭର୍ତି ହେଲେ ଅମିତାଭଙ୍କ ଶାଶୁ

mahabharatanews