Uncategorized

ନାଗରିକତା ସଂଶୋଧନ ବିଧେୟକକୁ ନେଇ ରବିଶଙ୍କ ଜବାବ

(ମହାଭାରତ/ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଧେୟକତା ଉପରେ ଆମେରିକୀୟ ସଂସ୍ଥାର ମନ୍ତବ୍ୟ ଉପରେ କଡ଼ା ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଭାରତ ସରକାର ଏହାର ନାଗରିକଙ୍କ ମୌଳିକ ଧାର୍ମିକ ଅଧିକାର ପ୍ରତି ସଚେତନ ଅଛନ୍ତି । ଦେଶରେ ବସବାସ କରୁଥିବା ସଂଖ୍ୟା ଲଘୁ ସମ୍ପ୍ରଦାୟର ଶରଣାର୍ଥୀଙ୍କ ସର୍ବନିମ୍ନ ମାନବିକ ଅଧିକାର ଅକ୍ଷୁଣ୍ଣ ରଖିବା ପ୍ରତି ଯତ୍ନବାନ ଅଛନ୍ତି । ଏହି ବିଧେୟକ ସେମାନଙ୍କ ସମସ୍ୟା ଦୂର କରିବ । ଏଭଳି ଉଦ୍ୟମକୁ ସ୍ୱାଗତ କରିବା ପରିବର୍ତ୍ତେ ସମାଲୋଚନା କରିବା ଅତ୍ୟନ୍ତ ଅସୌଜନୀୟ । ଅ ।ମେରିକା ସରକାରଙ୍କ ମନ୍ତବ୍ୟ ସତ୍ୟତା ଉପରେ ଅ ।ଧାରିତ ନୁହେଁ । ଉପରେ ପଡ଼ି ଏଭଳି ଅନାବଶ୍ୟକ ମନ୍ତବ୍ୟ ଦେବା ଅନୁଚିତ । ପ୍ରତ୍ୟେକ ରାଷ୍ଟ୍ର ନିକଟରେ ଏହାର ନାଗରିକତ୍ୱ ସ୍ଥିତି ଯାଞ୍ଚ ଓ ନବୀକରଣ କରିବା ଅଧିକାର ରହିଛି । ସିଏବି ତଥା ଏନ୍ଅ ।ରସି (ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା) ମାଧ୍ୟମରେ କୌଣସି ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ସଂକଟରେ ପକାଇବା ଅଭିପ୍ରାୟ ସରକାରଙ୍କର ନାହିଁ ବୋଲି ରବିଶ କହିଛନ୍ତି ।

ରବିଶ କହିଛନ୍ତି ଯେ ଅ ।ମେରିକୀୟ ସଂସ୍ଥାର ଅତୀତ ରେକର୍ଡ ଦୃଷ୍ଟିରୁ ଏହାର ସାମ୍ପ୍ରତିକ ଅ ।ଶଙ୍କା ନେଇ ଅ ।ମେ ଅ ।ଦୌ ବିସ୍ମିତ ନୋହୁଁ । କଟକଣା ଜାରି ଭଳି ଧମକ ନେଇ ମଧ୍ୟ ଅ ।ଦୌ ଭୟଭୀତ ହେବାର ନାହିଁ । ତେବେ ପରିତାପର ବିଷୟ ହେଉଛି ଯେ ଏହି ସଂସ୍ଥା କିଛି ଭୁଲ୍ ତଥ୍ୟ ଓ ଭ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ପରି·ଳିତ ହେଉଛି । ବାସ୍ତବ ସ୍ଥିତି ସମ୍ପର୍କରେ ଏମାନଙ୍କର ଅ ।ଦୌ ଜ୍ଞାନ ନ ଥିବାରୁ ଏଭଳି ମତର କୌଣସି ଗୁରୁôବ ନାହିଁ ବୋଲି ରବିଶ କହିଛନ୍ତି ।

Related posts

ପାକିସ୍ତାନକୁ ଆମେରିକୀୟ ଅସ୍ତ୍ରଶସ୍ତ୍ର ଯୋଗାଉଛି ତାଲିବାନ

mahabharatanews

ସ୍କୁଲ କାନ୍ଥରେ ପାକିସ୍ତାନ ସମର୍ଥିତ ସ୍ଲୋଗାନ

mahabharatanews

କାଜୁ ଜଙ୍ଗଲରୁ ଉଦ୍ଧାର ଜଣେ ଯୁବକଙ୍କ ମୃତଦେହ

mahabharatanews

Leave a Comment