(ନୂଆଦିଲ୍ଲୀ): ଶତୃ ପକ୍ଷଙ୍କୁ ମାତ ଦେବା ପାଇଁ ଫ୍ରାନ୍ସରୁ ଆସୁଥିବା ୫ ରାଫେଲ ଯୁଦ୍ଧ ବିମାନ ଆଜି ଭାରତରେ ପହଞ୍ଚିବ । ଆଜି ଏହି ବିମାନଗୁଡ଼ିକ ହରିୟାଣାର ଅମ୍ବାଲା ସ୍ଥିତ ଏୟାରବେସରେ ଲ୍ୟାଣ୍ଡ କରିବ । ଏହି ଲଢୁଆ ବିମାନ ଭାରତ ପହଞ୍ଚୁଥିବା ନେଇ ପାଇଟଲମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ଅମ୍ବାଲା ଏୟାରବେସରେ ଏହି ବିମାନଗୁଡିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିବା ଆଶଙ୍କାରେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ସେହିପରି ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ କଟକଣା ଜାରି କରାଯାଇଛି । ବାୟୁସେନା ପ୍ରମୁଖ ମାର୍ଶଲ ଆର.କେ ଭଦୋରିଆ ବୁଧବାର ଅମ୍ବାଲା ଏୟାରବେସରେ ୫ ରାଫେଲ ବିମାନ ଦେଖିବେ । ଏହି ଅବସରରେ ଏୟାର ଚିଫ ମାର୍ଶଲ ବି.ଏସ. ଧନୋଓ ମଧ୍ୟ ଉପସ୍ଥିତ ରହିବେ ।
ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲେ । ତେବେ ୫ଟି ଯୁଦ୍ଧ ବିମାନ ଆଣିବା ପାଇଁ ସୋମବାର ବାୟୁସେନାର ୧୨ ଜଣ ପାଇଲଟ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡାଣ ଭରିଥିଲେ । ଫ୍ରାନ୍ସରୁ ଉଡାଣ ଭରିବା ପରେ ଏହା ଗତକାଲି ଆବୁଧାବିରେ ରହିଥିଲା । ଆଜି ଏହି ଜେଟ୍ଗୁଡିକ ଭାରତ ଅଭିମୁଖେ ବାହାରିଛି ।
previous post
next post